ଚଳିତ ବର୍ଷ ଶେଷ ମନ କି ବାତ ରେ ମୋଦି

ନୂଆଦିଲ୍ଲୀ- ଆଉ କିଛି ଦିନପରେ ଚାଲିଯିବ ୨୦୧୯ ଆଇନାର ପ୍ରତିଛବିରେ ଅନେକ ଗୁଡିଏ ସୃତି ଛାଡି ଚାଲିଯିବ । ଆଉ ତାପରେ ଆମେ ନୂଆ ବର୍ଷ କୁ ମନେପକାଇବା ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ମୋଦୀ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି । ୨୦୨୦ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ୨୦୧୯ର ଶେଷ ମନ କି ବାତ’ରେ ଏହି ଭଳି କିଛି ବାର୍ତ୍ତା ସହ ସ୍ୱାଗତ କରିଛନ୍ତି ।  ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ମୋଦୀ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ଓ ଦର୍ଶନକୁ ଲକ୍ଷ୍ୟ କରି କହିଛନ୍ତି – ଯୁବ ପିଢ଼ି ହେଉଛି ଶକ୍ତି ଓ ବିକାଶ ଅନ୍ୟ ନାଁ। ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀର ଯେଉଁ ପ୍ରସ୍ଥର ଉପରେ ସାଧନା କରିଥିଲେ, ଏବେ ତାହାକୁ ୫୦ ବର୍ଷ ପୂରିବାକୁ ଯାଉଛି। ଗତ ୫ ଦଶନ୍ଧି ହେବ ସେହି ପ୍ରସ୍ଥର ଖଣ୍ଡ ଆମ ପାଇଁ ଗର୍ବ ଓ ଗୌରବ ହୋଇ ରହିଛି । ମନ କି ବାତରେ ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା କୌଶଳ ବିକାଶ ଯୋଜନା ‘ହିମାୟତ’ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି। ଯୁବ ପିଢ଼ିକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ହୋଇଥିବା ବେଳେ ଏଥିରେ ଅଧିକରୁ ଅଧିକ ଯୁବକ ସାମିଲ ହେଉଥିବା ମୋଦୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ