ଚାଇଲଡ ଲାଇନ ପକ୍ଷରୁ ବନ୍ଧୁତା ସପ୍ତାହ

କୁଚିଣ୍ଡା (ଯୁଗାଦ୍ଦନ୍ୟୁଜ)କୁଚିଣ୍ଡା ଚାଇଲଡ ଲାଇନ ପକ୍ଷରୁ ଶିଶୁ ଦିବସ ଠାରୁଆରମ୍ଭ ହୋଇଥିବା ବନ୍ଧୁତା କାର‌୍ୟ୍ୟକ୍ରମ ବୁଧବାର କୁଚିଣ୍ଡା ସ୍ଥିତ ଅରୁଣାଦୟ ଭିର୍ଣ୍ଣକ୍ଷମ ସ୍କୁଲ ଠାରେ ପାଳିତ ହୋଇଯାଇଛି । କୁଚିଣ୍ଡା ଚାଇଲଡ ଲାଇନ ନିଦ୍ଦେର୍ଶକ ପ୍ରଦୀପ ମହାକୁଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସାଂସଦ ଙ୍କ ପ୍ରତିନିଧି ବିରଞ୍ଚି ଦର୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଖଣ୍ଡ ଚିକିତ୍ସକ୍ଷ ଅଧିକାରୀ କ୍ଷେତ୍ର ମୋହନ କାଣ୍ଡ,ସି ଡି ପି ଓ ସାବିତ୍ରୀ କୁମୁରା, ଉପଖଣ୍ଡ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ସୀସା, କୁଟୁରାଚୂଆଁ ମହାବିଦ୍ୟାଳୟ ର ଅଧକ୍ଷ ସୁବାସ ନାୟକ, ଏଚ ଡି ଏଫ ସି ବ୍ୟାଙ୍କ ମ୍ୟାନେଜର ରବୀନ୍ଦ୍ର ବେହେରା, ଲିଗାଲ ଆଇନ ତାଲୁକ ସେବା ସମିତି ର ସଦସ୍ୟ କରୁଣାକର କିସାନ, ବି ଏସ ଏସ ଓ ଦୀପକ ପଟେଲ, ଜିପି ଇ ଓ ଜିତେନ୍ଦ୍ର ମୁଣ୍ଡା, ସଞ୍ଜୟ ମିଶ୍ର, ଗଗନ ଶର୍ମା, ନୃପଲାଲ ଦେବ, ତନୟ ମହାପାତ୍ର, ପ୍ରକାଶ ଚନ୍ଦ୍ର ଶର୍ମା, ଅଗ୍ନି ସମ ବିଭାଗ ର ସୀତାକାନ୍ତ ମହନ୍ତ, ଆଇନ ଯିବି ହୃଦାନନ୍ଦ ଶର୍ମା, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସପ୍ତାହେ ଧରି କୁଚିଣ୍ଡା ଉପଖଣ୍ଡ ର ବିଭିନ୍ନ ସ୍ଥାନ ରେ ଚାଲିଥିବା ଏହି କାର‌୍ୟ୍ୟକ୍ରମ ର ଉଦେଶ୍ୟ ହେଲା, ଚାଇଲଡ ଲାଇନ ସହ ବନ୍ଧୁତା କରି, ଶିଶୁ ଶ୍ରମିକ, ବାଲ୍ୟ ବିବାହ ରୋକିବା ନିର୍ଜ୍ୟତିତ ଶିଶୁ କୁ ଉଦ୍ଧାର କରିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ