ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

କଟକ : ଓଡ଼ିଶା ପୁଲିସ ମହାନିର୍ଦେଶକ ରୂପେ ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି । ଗୁରୁବାର  ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିଥିବା ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି । ଚାକିରିକାଳ ମଧ୍ୟରେ ଜିଲା ରେଞ୍ଚଠାରୁ ଆରମ୍ଭ କରି ଦୁର୍ନୀତି ନିବାରଣ, ଅଗ୍ନିଶମ, ସିଭିଲ, ରାଜ୍ୟ ପୁଲିସ ଗୃହ ନିର୍ମାଣ, ରାଜ୍ୟ ପୁଲିସ ମୁଖ୍ୟାଳୟ, ପୁଲିସ କମିଶନର ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିବା ସହିତ ଓଡ଼ିଶା କାରଗାର ଡିଜି, କରେନ୍ସନାଲ ସର୍ଭିସ୍ ଅଫ୍ ଓଡ଼ିଶା ନିର୍ଦେଶକ ଭାବେ କାର୍ଯ୍ୟରତ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭୂତତ୍ତ୍ୱ-ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରୁ ମାନବିକ ଅଧିକାରରେ ସ୍ନାତକୋତ୍ତର, ଆଇଆଇଏମ, ବେଙ୍ଗାଲୁରୁରୁ ପବ୍ଲିକ୍‌-ପୁଲିସ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର, ଆମେରିକାର ସାଇରାକୁସ୍ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ପଲିସି ଉପରେ ଡିଗ୍ରୀ ହାସଲ କରିଛନ୍ତି । କ୍ରୀଡ଼ାରେ ତାଙ୍କର ରୁଚି ଥିବାବେଳେ ନେସନାଲ ଲ’ ୟୁନିଭରସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସେ ଏକାଧିକ ପୁସ୍ତକର ରଚୟିତା ଓ ଜଣେ ସାହିତ୍ୟାନୁରାଗୀ । ଟେନିସ୍ ଓ ସାଇକଲିଂରେ ତାଙ୍କର ବେଶ୍ ପସନ୍ଦ ରହିଛି । ସେ ଏବେ ଓଡ଼ିଶା ଟେନିସ୍ ଆସୋସିଏସନର ଉପସଭାପତି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ