ଚାନ୍ଦିପୁଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଠାରେ ଥିବା ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳାଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ୨ କଲେଜର ଅଧ୍ୟକ୍ଷ ଡ.କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ସାଗରିକା ରଇତଙ୍କ ସଂଯୋଜନାରେ ହୋଇଥିଲା । ଏଥିରେ ମୁଖ୍ୟଅତିଥି ବାବେ +୩ କଲେଜର ଅଧ୍ୟାପିକା ଡ. ବୁନି ପାଣିଗ୍ରାହୀ ଯୋଗଦେଇ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଡ.ପ୍ରଦିପ୍ତ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ କ୍ରୀଢା ଶିକ୍ଷକ ସୂର୍ଯ୍ୟନାରାୟଣ ମହାନ୍ତି, ଅଧ୍ୟାପିକା ଅର୍ଚ୍ଚନା ରାଇକା ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ଆତ୍ମରକ୍ଷା ତାଲିମକେତେ ଆବଶ୍ୟକତା ରହିଛି ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବର୍ତ୍ତମାନ ପରିସ୍ଥିତିରେ ମହିଳାମାନେ ବିଭିନ୍ନ ସମସ୍ୟାର ସମୂଖୀନ ହେଉଥିବା ବେଳେ ଏହି ତାଲିମ ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଅତିଥିମାନେ ଉପସ୍ଥିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ୮ଦିନ ଧରି ହେବାକୁ ଥିବା ଏହି ତାଲିମ ଶିବରରେ +୨ କଲେଜର ୧୩୨ ଜଣ ଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେଇନର ଭାବେ ତପସ୍ୱିନୀ ଦଳାଇ ଓ ଅମିତା କୁମାରୀ ଜାନି ତାଲିମ ପ୍ରଦାନ କରୁଥିବାର ସୂଚନା ପ୍ରଦାନ କରାଯାଇଛି ।


