ଚାରା ବଣ୍ଟନ ଓ ବନମହୋତ୍ସବ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ପୋଲସରା ବାନାଞ୍ଚଳ ପକ୍ଷରୁ ଆୟୋଜିତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଓ ହାତୀଓଟ ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟର ବନମହୋତ୍ସବ କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ଜୁଲାଇ ୭ ତାରିଖ ଦିନ ଉଦଘାଟନ କରିଛନ୍ତି । ପୋଲସରା ବାନାଞ୍ଚଳରେ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ ଚାରା ଜନସାଧାରଙ୍କୁ ବଣ୍ଟନ କରିବାକୁନିଷ୍ପତ୍ତି ହୋଇଥିବାବେଳେ ଗୁରୁବାର ଦିନ ହାତୀଓଟ ଗ୍ରାମର ଚାରା ଉତ୍ପାଦନ କେନ୍ଦ୍ରରେ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ଶୁଭାରମ୍ଭ କରିଥିଲେ । ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ପରିସର ମଧ୍ୟରେ ବନମହୋତ୍ସବ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ପୋଲସରା ବାନାଞ୍ଚଳ ସଚିନ କୁମାର ପ୍ରଧାନ ଯୋଗଦେଇ ବୃକ୍ଷ ଓ ତାହାର ଉପକାରୀତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ବୃକ୍ଷ ଲଗାଇବା ପୂର୍ବପୁରୁଷମାନଙ୍କ ଦାନାକୁ ଆଗାମୀ ପିଢ଼ି ମାନଙ୍କୁ ଉପହାର ଦିଅନ୍ତୁ ବୋଲି କହିଥିଲେ। କଲେଜ ପରିଚାଳନା କମିଟି ସଭାପତି ମୁରଲୀ ଧର ନନ୍ଦ ବନ ମହୋତ୍ସବକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ସହିତ ବନ ମହୋତ୍ସବକୁ ନେଇ ଏକ ସୁନ୍ଦର ଗୀତ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ମହାବିଦ୍ୟାଳୟର ଅଧ୍ୟକ୍ଷା ଯାଜ୍ଞସେନି ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ଓ ଝୁନୁ ଦାସ , ନାରିନେତ୍ରୀ ଆରତୀ ଦେବୀ, ନରେନ୍ଦ୍ର ଦେବତା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ବନପାଳ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ