ଦେଉଳିମଠ ରେ ପ୍ରାଚୀ ପରିକ୍ରମା ପଦଯାତ୍ରୀ

ନିମାପଡ଼ା, (ସନ୍ତୋଷଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀର ମହାତ୍ମ୍ୟ ସମ୍ପର୍କ ରେ ଜନସାଧାରଣ ଙ୍କୁ ସଚେତନ କରିବାକୁ ଓ ବିଲୁପ୍ତ ହେବାକୁ ବସିଥିବା ପ୍ରାଚୀ ନଦୀ ର ପୁନଃରୁଦ୍ଧାର ଉଦ୍ଦେଶ୍ୟ ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ଓ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଙ୍କ ତତ୍ବାବଧାନରେ ଶୁକ୍ରବାର ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରୀ ମାନେ ଗୋ କର୍ଣ୍ଣେଶ୍ୱର ମନ୍ଦିର, ନିଆଳି ନୂଆଗାଁ ର ରାଧାକାନ୍ତ ମଠ, ଶୋଭନେଶ୍ୱର ଶିବ ମନ୍ଦିର, ବାବା ଆର୍ତ୍ତତ୍ରାଣ ଗାଦୀ, ମୁସିବାବା ମଠ, ଟୋଲା ର ରାମେଶ୍ୱର ଶିବ ମନ୍ଦିର, ଜଲାରପୁର ର ସୋମନାଥ ଶିବ ମନ୍ଦିର, ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର , ପ୍ରଧାନସାହି ର କଥାକୁହା ମହାବୀର, ପିତାପଡା ର ଅଙ୍ଗେଶ୍ୱର ଶିବମନ୍ଦିର,ବେତେଣ୍ଡା, ନିଭରଣ ର ଗ୍ରାମେଶ୍ଵର ଶିବମନ୍ଦିର, କାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କ ମନ୍ଦିର ଦେଇ ଆଜି ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଙ୍କ ଏଣ୍ଡୁଡ଼ିଶାଳ ଭାବେ ପରିଚିତ ଦେଉଳି ମଠ ଠାରେ ପହଞ୍ଚି ଛନ୍ତି । ସେଠାରେ ପ୍ରାଚୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର, ମାନପତ୍ର ପ୍ରଦାନ କାର୍ଯ୍ୟକ୍ରମ ପରେ ଦେଉଳି ମଠ ଘାଟ ଠାରେ ପ୍ରାଚୀ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତିରେ ମଠ ପରିସର ରେ ସତସଙ୍ଗ କାର୍ଯ୍ୟକ୍ରମ ପରେ ପଦଯାତ୍ରୀ ମାନେ ସେହିଠାରେ ରାତ୍ରୀ ଯାପନ କରିଥିଲେ।ଏହି ପଦଯାତ୍ରା ରେ ବହୁସାଧୁସନ୍ଥ,ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ ,ଗବେଷକ, ପରିବେଶ ପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀ ମାନେ ଯୋଗ ଦେଇଛନ୍ତି। ପଦଯାତ୍ରୀ ମାନଙ୍କୁ ପ୍ରାଚୀ କୂଳର ଗ୍ରାମବାସୀ ମାନେ ବିଭିନ୍ନ ସ୍ଥାନରେ ଫୁଲମାଳ ଦେଇ, ହରିବୋଲ ହୁଳହୁଳି ପକାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପଣାପାଣି ପ୍ରଦାନ କରୁଛନ୍ତି।ଉକ୍ତ ପଦଯାତ୍ରା ରେ ପ୍ରଜ୍ଞାନାନନ୍ଦ ଙ୍କ ସହ ଗୋଠଦା ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ରାଧାବଲ୍ଳଭ ମହନ୍ତ ରାମକୃଷ୍ଣ ଦାସ ମହାରାଜ,ନୂଆମଠ ର ନାମାଚାର୍ଯ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ, ନାଉଗାଁ ର ବ୍ରହ୍ମଚାରି ସତ୍ୟାନନ୍ଦ ଦାସ ମହାରାଜ, ବାବା ଦୀନବନ୍ଧୁ ଦାସ,ସୁଧାନନ୍ଦ ଗିରି ମହାରାଜ, ପର୍ଶୁରାମକ୍ଷେତ୍ର ମହନ୍ତ ଜଗନ୍ନାଥ ଦାସ,ମହନ୍ତ ଦିବ୍ୟକୃଷ୍ଣ ଦାସ ମହାରାଜ,ମହନ୍ତ ତ୍ରିଲୋଚନ ଦାସ, ସମର୍ପଣାନନ୍ଦ ଗିରି, ଆଖଣ୍ଡାନନ୍ଦ, ନନ୍ଦବାବା,ବୈଦିକ ବ୍ରାହ୍ମଣ ପରିଷଦର ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ବାବାଜୀ ବ୍ରଜବନ୍ଧୁ ଦାସ, ରାଜ କିଶୋର ନନ୍ଦ (ନନ୍ଦ ବାବା)ପ୍ରାଚୀ ସୁରକ୍ଷା ସମିତି ର ଇଞ୍ଜିନିୟର ଦୁର୍ଗାଚରଣ ମିଶ୍ର ଓ କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରି ମାନେ ଯୋଗଦେଇଛନ୍ତି । ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ