ଚାରୁଲତାଙ୍କ କବିତା ସଙ୍କଳନ ଉଦଭାଷକୁ ଉନ୍ନୋଚନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିଶିଷ୍ଟ କବୟତ୍ରୀ ଚାରୁଲତା ଭୂୟାଁଙ୍କ କବିତା ସଙ୍କଳନ “ଉଦଭାଷ”କୁ ଗୁରୁବାର ଅପରାହ୍ନରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମା ଉନ୍ନୋଚନ କରିଛନ୍ତି । ଲେଖାଲେଖି ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ କବିତା ସଙ୍କଳନରେ ୬୭ଟି କବିତା ସ୍ଥାନିତ ହୋଇଛି । ଏହି ଉନ୍ନୋଚନ କାର୍ଯ୍ୟକ୍ରମରେ ହେନ୍ତାଳ ପତ୍ରିକାର ସମ୍ପାଦକ କବି ହେମନ୍ତ କୁମାର ରାଉତ, ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ, କବି ଶୁଭାଂଶୁ କୁମାର ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମାନସ ସାହୁ, ବିବେକ ନାୟକ, ଦିଲ୍ଲିପ ଜେନା, ପ୍ରଭାତ ବେହେରା, ରବିନ୍ଦ୍ର ବେହେରା, ରମେଶ ଥାଟୋଇ, ରଞ୍ଜନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଲେଖିକା ଚାରୁଲତା ଭୂୟାଁ ଦୀର୍ଘ ଦୁଇ ଦଶନ୍ଧି ଧରି କବିତା ରଚନା କରିଆସୁଥିଲେ ମଧ୍ୟ ଆଜି ତାଙ୍କର ପ୍ରଥମ କବିତା ସଙ୍କଳନ “ଉଦଭାସ” ପ୍ରକାଶିତ ହେବା ଅତ୍ୟନ୍ତ ଆନନ୍ଦର କଥା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ