ବହୁ ପ୍ରତିଭାର ଅଧିକାରୀ ପରମାନନ୍ଦ ମିଶ୍ର ଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): ବିଶ୍ୱର ଅନେକ ରାଷ୍ଟ୍ର ସହିତ ସାହିତ୍ୟ କ୍ଷେତ୍ରରେ ସଂଶ୍ଲିଷ୍ଟ ଥିବା ଅନ୍ତର୍ଜାତୀୟ ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟଦୋୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଅନଲାଇନ ମାଧ୍ୟମରେ ୨୫ ଗୋଟି ରାଷ୍ଟ୍ର ର ୧୦୦ ଜଣ କୃତିତ୍ୱଧାରୀ କବି, ଗାଳ୍ପିକ ତଥା ଲେଖକ ମାନଙ୍କୁ ସମ୍ମାନିତ କରାଯାଇଅଛି | ଏହି ତାଲିକାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଆଦିକବି ଶାରଳା ଦାସ ମହାବିଦ୍ୟାଳୟ ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର ଏହି ବିରଳ ଅନ୍ତର୍ଜାତିୟ ସମ୍ମାନ ରେ ସମ୍ମାନୀତି ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି | ଏହି ଅବସରରେ ଶ୍ରୀଯୁକ୍ତ ମିଶ୍ର ସୂର୍ଯ୍ୟଦୟ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ରୋହିଣୀ କୁମାର ବେହେରା, ତଥା ଅନ୍ୟ କର୍ମ କର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି | ଶ୍ରୀଯୁକ୍ତ ମିଶ୍ର ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଭୋଇ କବିତା ମାଧ୍ୟମରେ ନିଜର ପ୍ରତିଭା କୁ ଲୋକଲୋଚନକୁ ଆଣିପାରିଛନ୍ତି | ତାଙ୍କ ଦ୍ଵାରା ଲିଖିତ ୩୦୦ରୁ ଅଧିକ ଓଡ଼ିଆ ଏବଂ ଇଂରାଜୀ କବିତା ପୁସ୍ତକ ଆକାରରେ ପ୍ରକାଶିତ ହେବାକୁ ମନସ୍ଥ ହୋଇ ରହିଛି | ଖୁବ ନିକଟରେ ପୁସ୍ତକ ଗୁଡିକର ଉନ୍ମଚନ କରାଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ