ଚିକଲଖଣ୍ଡି ପଞ୍ଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତ ପରିସରରେ ମଙ୍ଗଳବାର ସରପଞ୍ଚ ଭଗବାନ ବେହେରାଙ୍କ ପୈାରହିତ୍ୟରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।। ଏଥିରେ ଅତିଥୀଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନାଦାସ, ପୂର୍ବତନ ସମିତି ସଭ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବନେତା ବି.ଶଙ୍କର ରେଡ୍ଡୀ,ପୂର୍ବତନ ସରପଞ୍ଚ ବି.ସିମାଦ୍ରୀ ଙ୍କ ସମେତ ବହୁ ୱାର୍ଡ ସଭ୍ୟ/ସଭ୍ୟା ମାନେ ଯୋଗଦେଇ ୯୦ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏଥିରେ ବାର୍ଦ୍ଧକ୍ୟ , ବିଧବା ଓ ଦିବ୍ୟାଙ୍କ ବର୍ଗ ର ହିତାଧିକାରୀ ମାନଙ୍କୁ ଏହି ଭତ୍ତା ବଣ୍ଟନ କରାଯାଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ବି.ଶଙ୍କର ରେଡ୍ଡୀ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୪/୫ ବର୍ଷ ହେଲା ପଞ୍ଚାୟତର କିଛି ଯୋଗ୍ୟ ହିତାଧିକାରୀ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ବେଳେ ଆଜି ସେମାନଙ୍କୁ ଭତ୍ତା ମିଳିବା ପରେ ଖୁସି ଜାହିର କରିଛନ୍ତି ।


