ଅଜଣା ଗାଡି ଧକ୍କାରେ ହାଇସ୍କୁଲ କିରାଣୀ ଗୁରୁତର
ଗାଙ୍ଗପର ,(ଯୁଗାବ୍ଦ ନ୍ୟୁଜ୍) ଗାଙ୍ଗପୁର ଥାନା ଅନ୍ତର୍ଗତ ମା ବନଦୂର୍ଗା ମନ୍ଦିର ନିକଟରେ ଶନିବାର ସଂନ୍ଧ୍ୟାରେ ଅଜଣା ଗାଡି ଧକ୍କାରେ ଜଣେ କିରାଣୀ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ପରିଚୟ ବଡ େ ବାରସିଂ ହାଇସ୍କୁଲର କିରାଣୀ କନ୍ଧ ପ୍ରଧାନ (୫୭) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋବରାରେ ଭଡାକୁ ରହୁଥିବା କିରାଣୀ ଗତକାଲି ଘରୋଇ କାର୍ଯ୍ୟରେ ଭଞ୍ଜନଗର ଯାଇଥିଲେ । ସଂନ୍ଧ୍ୟାରେ ଗୋବରାରୁ ମୋଟର ସାଇକେଲ ଯୋଗେ ସଂନ୍ଧ୍ୟାରେ ଫେରୁଥିବା ସମୟରେ ଅଜଣା ଗାଡି ଧକ୍କାରେ ସେ ଗୁରୁତର ଅବସ୍ଥାରେ ପଡିଥିଲେ । ଗୁରୁତର କିରାଣୀକୁ ଉଦ୍ଧାର କରି ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।


