ଚିତା ଓ କୁକୁର ମଧ୍ୟରେ ବନ୍ଧୁତା

ନୂଆଦିଲ୍ଲୀ:ବହୁ ସମୟରେ ଜୀବମାନଙ୍କର ଅଜବ ବନ୍ଧୁତ୍ୱ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଚିତା ଓ କୁକୁର । ୩ ମାସର ଚିତା ଛୁଆର ନାଁ କ୍ରିସ୍ ଓ କୁକୁରର ନାଁ ରେମୁସ୍ । ଏହି ଦୁଇ ଜୀବଙ୍କର ଭେଟ ହୋଇଥିଲା ଗତ ସେପ୍ଟେମ୍ବରରେ । ଏବେ ସେମାନେ ନିବିଡ ବନ୍ଧୁତ୍ୱରେ ବାନ୍ଧି ହୋଇଯାଇଛନ୍ତି । ଆମେରିକାର ସିନସିନାଟି ଚିଡିଆଖାନାରେ ଜନ୍ମ ଦେଇଥିବା ଚିତା ଛୁଆଗୁଡିକ ମଧ୍ୟରୁ କେବଳ କ୍ରିସ୍ ହିଁ ବଞ୍ଚିଛି । ତା’ର ଏକଲାପଣ ଦୂର କରିବା ପାଇଁ ଚିଡିଆଖାନାର ପ୍ରଶିକ୍ଷକ ତା’ ସାଙ୍ଗରେ ଖେଳିବା ପାଇଁ ରେମୁସ୍‌କୁ ବାଛିଥିଲେ । ରେମୁସ୍‌କୁ ବି ଉଦ୍ଧାର କରାଯାଇ ଚିଡିଆଖାନାରେ ରଖାଯାଇଛି । ସେମାନେ ସାଥୀ ହୋଇ ଖେଳିବା ପରେ ଏଭଳି ବନ୍ଧୁତ୍ୱ ଗଢ଼ିଉଠିଛି । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବନ୍ଧୁତ୍ୱର ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଛି । କିନ୍ତୁ ଚିଡିଆଖାନା କର୍ତ୍ତୃପକ୍ଷ ଏହି ଭିଡିଓକୁ ଏବେ ବନ୍ଦ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ