ମଣିଷ ମୁଣ୍ଡିଆ ମାଛ

ମାଛର ମୁଣ୍ଡ ପୂରା ମଣିଷ ମୁଣ୍ଡ ଭଳି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏଭଳି ମାଛକୁ ଠାବ କରାଯାଇଛି ଚାଇନାରେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି । ଚାଇନାର ମିଆଓ ଗାଁରେ ଏହି ମାଛକୁ ଜଣେ ମହିଳା ପ୍ରଥମେ ଦେଖିବାକୁ ପାଇଥିଲେ ବୋଲି ଡେଲି ମେଲ୍ ପକ୍ଷରୁ ପ୍ରକାଶ କରାଯାଇଛି । ମହିଳା ଜଣକ ଭିଡିଓକୁ ଚାଇନାର ମାଇକ୍ରୋ ଲଗିଂ ସାଇଟ୍‌ରେ ପ୍ରଥମେ ଶେୟାର କରିଥିଲେ ଓ ପରେ ଏହାକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ୍ କରିଛନ୍ତି । ୧୪ ସେକେଣ୍ଡ ଅବଧିର ଏହି ଭିଡିଓରେ ଏଭଳି ଅଦ୍ଭୁତ ମାଛଟିଏ ପହଁରୁଥିବା ଦେଖିବାକୁ ମିଳିଛି । ମଣିଷ ମୁହଁ ଭଳି ଏହାର ଦୁଇଟି ଆଖିô, ଗୋଟିଏ ନାକ ଓ ଗୋଟିଏ ପାଟି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ