ଚିତ୍ରକୋଣ୍ଡା ପଞ୍ଜାବୀ ଛକ ଠାରେ ଉତ୍ତମ ପାନୀୟ ଜଳର ସୁବିଧା କରିଛନ୍ତି ବ୍ୟବସାୟୀ

ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରଭାହ ଚାଲିଥିବା ବେଳେ ଲୋକେ ଘରଠୁ ବାହାରିବା ମୁସ୍କିଲ ହୋଇ ପଡିଛି । ଯେଉଁ ମାନେ ନିଜ କାମରେ ବାହାରକୁ ଯାଉଛନ୍ତି ସେମାନେ ହାତରେ ଛତା, ପାଣି ବୋତଲ ନେଇ ଯାଉଛନ୍ତି । ତେବେ ପଥଚାରି ମାନଙ୍କ ପାଇଁ ଏବେ ଚିତ୍ରକୋଣ୍ଡା ପଞ୍ଜାବୀ ଛକ ଠାରେ ଉତ୍ତମ ପାନୀୟ ଜଳର ସୁବିଧା କରିଛନ୍ତି ବ୍ୟବସାୟୀ ଅନୀଲ ଗୁପ୍ତା । ଏକ ବିଶୁଦ୍ଧ ପାଣି ମିସିନ ବସାଇ ଲୋକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦେଇଛନ୍ତି । ଏହା ଦ୍ଵାରା ବାଟରେ ଯାଉଥିବା ପଥଚାରି ମାନେ ଥଣ୍ଡା ପାନୀୟ ଜଳ ପାଇବା ସହ ଅନେକ ଲୋକ ଏହା ଦ୍ଵାରା ଉପକୃତ ହେବେ ବୋଲି ଲୋକେ ମତ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ