ରାଇରଙ୍ଗପୁର ରୋଟାରୀ କ୍ଲବରେ ରୋଟାରୀ ଗଭର୍ଣ୍ଣରଙ୍କ ଯୋଗଦାନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂନ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ପଶୁଚିକିତ୍ସାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ରୋଟାରୀ କ୍ଲବ ରୟାଲ ସଭାରେ ରୋଟାରୀ ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରୋଟାରୀଆନ୍ ସୁକୁମାର ରଣା, ଏବଂ ରୋଟାରିଆନ ନୀରଜ ପଣ୍ଡା ଯୋଗ ଦେଇଥିଲେ । ରୋଟାରୀଆନ କାଳୀପ୍ରସନ୍ନ ମହାନ୍ତି ସଭାପତିତ୍ବ, ଅତନୁ ମହାନ୍ତି ମଂଚ ପରିଚାଳନା ଏବଂ ଅନୁଜ ଅଗ୍ରୱାଲ ମୁଖ୍ୟ ଅତିଥିଙ୍କ ଶାନ୍ତନୁ ପାଣିଙ୍କ ବିଷୟରେ ଅବଗତ କରିଥିଲେ । ରୋଟାରୀଆନ ବିକାଶ ଭୁତ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ରୋଟାରୀଆନ ଶାନ୍ତନୁ ପାଣି କହିଥିଲେ ମାନବ ସେବାହିଁ ମାଧବ ସେବା । କରୋନା ମହାମାରୀ ସମୟରେ ରୋଟାରୀ କ୍ଲବର ଭୂମିକା ଅବର୍ଣ୍ଣନୀୟ କହିଥିଲେ । ସଂଘର କଳେବର ବୃଦ୍ଧି ହେଲେ ଗରିବ, ଅସହାୟ, ନିଷ୍ପେଷିତ ଲୋକଙ୍କ , ଦୁର୍ଗମ ଅଂଚଳରୃ ଅବହେଳିତ ଲୋକଙ୍କ ସେବା କରିବାକୁ ସମର୍ଥ ହେବ । ରାଇରଙ୍ଗପୁର ରୋଟାରୀ କ୍ଲବର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଶେଷତଃ ବୃକ୍ଷରୋପଣ, ରକ୍ତଦାନ, ଆଦିବାସୀ ଅଂଚଳରେ ସ୍ୱାକ୍ଷରତା ବିକାଶ, ସ୍ୱାସ୍ଥ୍ୟ, ଦିଵ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାବାପାଇଁ କହିଥିଲେ । ସମାଜରେ ମହିଳାଙ୍କ ଭୂମିକା ଅତୁଳନୀୟ । ତେଣୁ ସେମାନଙ୍କୁ ରୋଟାରୀ କ୍ଲବରେ ସାମିଲ କରି ସମାଜ ସେବାରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଇ ରଙ୍ଗପୁର ରୋଟାରୀ କ୍ଳବ ତରଫରୁ ଦୁର୍ଗମ ଅଂଚଳର ଅସହାୟ ଲୋକଙ୍କୁ କମ୍ବଳ, ପୋଲିଥିନ, ୬୦ ୟୂନିଟ ରକ୍ତ ସଂଗ୍ରହ, ଅରବିନ୍ଦ ବିଦ୍ୟାଳୟ କୂ କମ୍ପ୍ୟୁଟର ପ୍ରଦାନ, ବୃକ୍ଷରୋପଣ, ବ୍ରାହ୍ମଣ ସମାଜକୁ ଶୁଖିଲା ବିସ୍କୁଟ, ଫଳ, ଟିଚର୍ସ ଡେ ପାଳନ ସହ ୧୮ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ, ସ୍ବାଧୀନତା ଦିବସ ପାଳନ, ଡାକ୍ତର ଓ ଇଞ୍ଜିନିୟରିଂଙ୍କୁ ସମ୍ବର୍ଦ୍ଧିତ କରାଯଇଥିବା ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ସହାୟତା ବଢ଼ାଇଥିବାରୁ ଭୁରି ଭୁରି ପ୍ରଶଂସା କରିଥଲେ । ସଭାରେ ସମାଜସେବୀ ସୁବାଷ ମଣ୍ଡଳ ଏବଂ ପରିବେଶବିତ୍ ପ୍ରଦୀପ୍ତ କବିଙ୍କୁ ମୁଖ୍ୟ ଅତିଥି ନୂତନ ସଦସ୍ୟ ଭାବେ ଗ୍ରହଣ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ତଥା ତାରାଚାନ୍ଦ ଅଗ୍ରୱାଲ, ଅରବିନ୍ଦ ବାଗାଡିଆ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବିବେକ ଚନ୍ଦ୍ର ପାହାଡି, ଗୌରୀ ସାରଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ରୋଟାରୀ କ୍ଲବ ସଂପାଦକ ପ୍ରତ୍ୟୁଷ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ