ଚିନ୍ତା ବଢାଇଲା ଜନସନ୍ ବେବି ପାଉଡର

(ଯୁଗାବ୍ଦ ନ୍ୟୁଜ )ପୁଣି ଥରେ ଚର୍ଚ୍ଚାରେ ଆମେରିକୀୟ କମ୍ପାନି ଜନ୍ସନ୍ ଆଣ୍ଡ ଜନ୍ସନ୍ । ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଜନସନ୍ ଏଣ୍ଡ ଜନସନ୍ କମ୍ପାନୀ କରୁଥିବା ବେବି ପାଉଡର୍ରେ କ୍ୟାନସର ସୃଷ୍ଟି କରୁଥିବା ଉପାଦାନ ରହିଛି । ଏ ନେଇ ଆମେରିକା ଫୁଡ଼୍ ଏଣ୍ଡ ଡଗ୍ର୍ ଏଡ୍ମିନିଷ୍ଟ୍ରେସନ୍ ପରୀକ୍ଷାରୁ ଜାଣିବାକୁ ପାଇଛି ।। ଆମେରିକାର ସ୍ୱାସ୍ଥ୍ୟ ନିୟାମକ କମ୍ପାନିର ପ୍ରଡକ୍ଟ ଯାଞ୍ଚ କରିବା ପରେ ସେଥିରେ ଆଜବେଷ୍ଟସ୍ର ମାତ୍ରା ଅଧିକ ଥିବା ସାମ୍ନାକୁ ଆସିଥିଲା । ଏହାର ପ୍ରମାଣ ପାଇବାରେ ପାଉଡର୍ ବିକ୍ରି ଉପରେ ରୋକ ଲଗାଇଛି । ଏହା ସହିତ ରିଟେଲର୍ ଏବଂ ଅନ୍ଲାଇନ ରିଟେଲର୍ଙ୍କୁ ଦିଆଯାଇଥିବା ପାଉଡର୍ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି । ପୂର୍ବରୁ କମ୍ପାନୀ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଛି । ଜନ୍ସନ୍ସ ପାଉଡରେ କ୍ୟାନସର୍ ସୃଷ୍ଟିକାରୀ କାରକ ରହୁଛି । ଏହାକୁ ବ୍ୟବହାର କରିବା ଦ୍ୱାରା ପିଲାଙ୍କୁ ମେସୋଥେଲିଓମା ରୋଗ ହେଉଛି । ଯାହାକି ଆକ୍ରମଣାତ୍ମକ କର୍କଟ ରୋଗ ଅଟେ । ସେଥିପାଇଁ କମ୍ପାନୀର ୪.୬ ପ୍ରତିଶତ ସେୟାର ତଳକୁ ଖସିଆସିଛି । ଯାହା ପରେ କମ୍ପାନି ବଜାରରୁ ୩୩,୦୦୦ବେବି ପାଉଡରକୁ ଫେରାଇ ନେଇଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ