ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ : ପ୍ରତିଦ୍ୱନ୍ଦିତା କରିବେ ୮୩୬ ପ୍ରାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏପରିପେକ୍ଷୀରେ ବନ୍ତ ବ୍ଲକରେ ମୋଟ ୮୩୬ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀରେ ପ୍ରତିଦ୍ୱିନ୍ଦିତା କରିବେ ବୋଲି ଜଣାଯାଇଛି । ୱାର୍ଡ ସଭ୍ୟ ପଦବୀ ପାଇଁ ୬୫୭, ସରପଞ୍ଚ ପଦବୀ ପାଇଁ ୯୭ ଓ ସମିତି ସଭ୍ୟ ପଦବୀ ପାଇଁ ୮୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ପ୍ରକାଶ ଥାଉକି, ୱାର୍ଡ ସଭ୍ୟ ପଦବୀ ପାଇଁ ୭୨୨ ଜଣ ନାମାଙ୍କନ କରିଥିଲେ । ଯାଞ୍ଚ ପରେ ୧୬ ଜଣଙ୍କର ନାକଚ ହେବା ଏବଂ ୫୦ ଜଣ ପ୍ରତ୍ୟାହାର କରି ନେଇଥିଲେ । ସେହିପରି ସମିତି ସଭ୍ୟ ପାଇଁ ୧୦୦ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କର ନାକଚ ହୋଇଥିଲା । ଅବଶିଷ୍ଟ ୯୯ ମଧ୍ୟରୁ ୧୭ ଜଣ ପ୍ରତ୍ୟାହାର କରି ନେଇଥିଲେ । ସେହିପରି ସରପଞ୍ଚ ପଦବୀ ପାଇଁ ୧୨୪ ଜଣ ନାମାଙ୍କନ କରିଥିବା ବେଳେ ସେଥିମଧ୍ୟରୁ ୨୭ ଜଣ ପ୍ରତ୍ୟାହାର କରି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ