ଚେତାବନୀ ଦେଲେ ହାଟଡ଼ିହି ଜୋନ ସଦସ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବଉଳା ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ଲୋଡିଙ୍ଗକୁ ନେଇ ବିବାଦ ଦେଖାଦେଇଛି। ବଉଳା ଅଞ୍ଚଳର କିଛି ଟ୍ରକ ମାଲିକ ସଙ୍ଘ ନାମରେ ନିଜ ମନ ଇଛା ଟ୍ରକ ଗୁଡିକୁ ଲୋଡିଙ୍ଗ ଦେଉଥିବା ବେଳେ ହାଟଡ଼ିହି ଅଞ୍ଚଳର ଟ୍ରକ ମାଲିକ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଯାହାଦ୍ୱାରା ହାଟଡ଼ିହି ଅଞ୍ଚଳର ଟ୍ରକ ମାଲିକ ମାନେ କ୍ଷତିଗ୍ରସ୍ତ ହେବା ସହ ମାନସିକ ଅଶାନ୍ତି ଭୋଗ କରୁଛନ୍ତି। ଏହାକୁ ନେଇ ହାଟଡ଼ିହି ଅଞ୍ଚଳର ଟ୍ରକ ମାଲିକ ମାନେ ଛେନାପଦି ଛକରେ ଏକଜୁଟ ହୋଇ ଏହାର ପ୍ରତିବାଦ କରିବା ସହିତ ବଉଳା ଟ୍ରକ ମାଲିକ ସଂଘର ସଭାପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଯଦି କିଛି ପଦକ୍ଷେପ ନିଆ ନଯାଏ ତେବେ ଆସନ୍ତା ଦିନେ ୨ଦିନ ମଧ୍ୟରେ ଆନ୍ଦୋଳନ କରିବାକୁ ମାନସ ବିଶ୍ୱାଳ, ସୁଶାନ୍ତ ଓଝା, ଶିଶିର ବିଶ୍ୱାଳ, ସଦ୍ୟସ୍ମାନ ପଣ୍ଡା, ଭୈରବ ଭୋଳ, ସୌମ୍ୟ ପ୍ରକାଶ ପଣ୍ଡା, କିଷାନ ସାହୁ, ଅର୍ଜୁନ ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ଅଜିତ ସ୍ୱାଇଁ, ସୌଭାଗ୍ୟ ରଞ୍ଜନ ସା, ରବିନ୍ଦ୍ର ସ୍ୱାଇଁ, ବିଜୟ କୁମାର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।


