ଚୋରା ଗଞ୍ଜେଇ ଧରିବାରେ ରେକର୍ଡ କଲେ ମୋହନା ଥାନା ଅଧିକାରୀ
ମୋହନା, (ଅଂଶୁମାନ ପଣ୍ଡା): ଗୋଟିଏ ବର୍ଷ ୪ ମାସ ଆଉ ୧୦ ବର୍ଷ ର ରେକର୍ଡ଼ ଭାଙ୍ଗିଛନ୍ତି ମୋହନା ଥାନା ଅଧିକାରୀ ସୁଜିତ ନାୟକ । ଗଜପତି ଜିଲ୍ଲା ମୋହନା ହେଉଛି ଆଦିବାସୀ ବହୁଳ ଅଞ୍ଚଳ, ଏଠି ଆଦିବାସୀ ମାନେ ଆଗେ ବଗଡ ଚାଷ କରି ବେସ୍ ପେଟ ପୋଷୁଥିଲେ, ଏହାପରେ କିଛି ଲୋକ ସରକାର ସହାର୍ଯ୍ୟ ନ ମିଳିବାରୁ କିଏ ନକ୍ସଲରେ ସାମିଲ ହୋଇ ଜୀବନ ହାରିଲା ତ କିଏ ଗଞ୍ଜେଇ ଚାଷ କରି ପେଟ ପୋଷିଲା । ଆଇନ୍ ଏହାକୁ ବେଆଇନ ଘୋଷିତ କରିଥିବା ବେଳେ କିଛି ଦିନ ତଳେ ସରକାର ଏହାକୁ ଚାଷ ପାଇଁ ଅନୁମତି ମିଳିବ ବୋଲି ଆଲାଚନା ଚାଲିଥିଲା କିନ୍ତୁ ବିରୋଧୀ ଦଳ ଏହାକୁ ବିରୋଧ କରିବା ପରେ ବନ୍ଦ ହଇଥିଲା ପ୍ରସଙ୍ଗ । ଗୋଟିଏ ରାଜ୍ୟ ଆଉ ଦୁଇଟି ଭିନ୍ନ ଦୃଶ୍ୟ ମାଲକାଗିରିରେ କିଛି ଜାଗାରେ ପିଲା ଠାରୁ ବଡ଼ ଗଞ୍ଜେଇ ଚାଷ ଖୁଲମ୍ ଖୁଲା କରୁଛନ୍ତି, କିନ୍ତୁ ଏଇ ଗୋଟିଏ ଜାଗାକୁ ଛାଡିଲେ ଆଉ ସବୁଠି ଏହାକୁ ଧରିବା ପାଇଁ ରାତି ଦିନ ଏକ କରୁଛି ପୋଲିସ୍ ଏପରିକି ପୋଲିସର ଜାଣତରେ କିଛି ଟଙ୍କା ପଇସା କାରବାରରେ ବେପାରୀ ରାତାରାତି ମାଲମାଲ ହେଇଥାନ୍ତି କିଛି ସଚୋଟ ଅଧିକାରୀ ଙ୍କ ପାଇଁ ଭୟ ବହୁତ୍, ଯିଏକି ରାତି ଦିନ ଏକ କରି ପରିବାର ଛାଡ଼ି ଦାୟିତ୍ୱ ତୁଲାଉଛନ୍ତି । ଏପରି କିଛି ଅଧିକାରୀ ପାଇଁ ଆଜି ଓଡିଶା ପୋଲିସ ଗର୍ବିତ ୧୦ ବର୍ଷ ଭିତରେ ଏପରି କେଶ କି ଗଞ୍ଜେଇ ଜବତ ହେଇନି ଯାହାକୁ କରି ଦେଖାଇଛନ୍ତି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସେ ଜିଲ୍ଲାରେ ନୂଆ ଭାବେ ମୋହନା ଥାନା ରେ ଦାୟିତ୍ୱ ନେଇଥିଲେ୧.୩.୨୦୧୯ ରେ କାର୍ଯ୍ୟ ଭାର ତୁଲାଇବାର ମାତ୍ର ଗୋଟିଏ ବର୍ଷ ୪ ମାସ ହେଲା । ଏହି ଭିତରେ ଲୋକ ସମ୍ପର୍କ ସହ ଗରିବକୁ ସାହାର୍ଯ୍ୟ କରିବାରେ ଆଗରେ ଆଉ ନିଜ ଦାୟିତ୍ୱରେ ହେଳା ନାହିଁ, ଏତିକି ଦିନ ଭିତରେ ଚୋରା ଚାଲଣ ଗଞ୍ଜେଇ ଧରିଛନ୍ତି ଏକ କୋଟି ରୁ ଉର୍ଦ୍ଧ ଟଙ୍କାର ୨୩.୬ ଅଟ ସହ ୮୭ କେଜି ୧୩.୩ ଜଣେ ଗିରଫ ୭୬ କେଜି ୨୩.୧୦ ଜଣେ ଗିରଫ ୧୮୦ କେଜି ୬.୮ ଜଣେ ଗିରଫ୧୮୦ କେଜି ୩.୮ ତିନି ଗିରଫ ୮୯ କେଜି ଗାଡ଼ି ଜବତ ୧୫.୬ ବାଇକ ସହ ୨୦ କେଜି ଜଣେ ଗିରଫ ୩.୫ ଦୁଇଟି ଗାଡ଼ି ୭୭ କେଜି ୫ ଗିରଫ ୧୬.୩ ଜଣେ ଗିରଫ ବାଇକ ସହ ୧୦ କେଜି ୨୩.୨ ବାଇକ ସହ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି ଏଭଳି ସମୁଦାୟ ୧୬୦୦ କେଜି ଜବତ କରା ଯାଇଥିବା ବେଳେ ୨ ଟି ଅଟୋ, ଚାରି ଚକିଆ ଗାଡ଼ି ୭ ଟି ବାଇକ ୮ ଟି ଜବତ କରିବା ସହ ୩୭ ଜଣଙ୍କୁ ଗିରଫ କରାଯାଇଛି ଓ ବେଆଇନ ଗଞ୍ଜେଇ ଚାଷ କରା ଯାଇଥିବା ଗଛ ନଷ୍ଟ କରା ଯାଇଛି ୭୯୦ ଏକର ଜମିରେ ଲାଗିଥିବା ଗଛ ଏହାର ଆନୁମାନିକ ମୂଲ୍ୟ ଦେଢ଼ଶହ କୋଟିରୁ ଉର୍ଦ୍ଧ ହେବ, ବେଆଇନ ଚାଷ କରୁଥିବା ୧୧ ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି । ଏଭଳି ଏତେ ପରିମାଣରେ କେବେ ୧୦ ବର୍ଷ ଭିତରେ ମୋହନା ଥାନାରେ ଧରା ଯାଇନି ଗଞ୍ଜେଇ କି କେଶ ମଧ୍ୟ ହେଇନି , ବର୍ତମାନ ଅଞ୍ଚଳରେ ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ଭୟ ଲାଗିଛି ଏବଂ ଅଞ୍ଚଳରୁ ମୂଳପୋଛ କରିବାରେ ରାତିଦିନ ଏକ କରୁଛନ୍ତି ସୁଜିତ ନାୟକ ଓ ତାଙ୍କ ଟିମି ଏଭଳି କାମ କରି ଶ୍ରୀ ନାୟକ ପୋଲସରା ଥାନା ରେ ଦୁଇ ବର୍ଷ ଜରଡା ଥାନାରେ ତିନି ବର୍ଷ, ନୂଆଗାଁରେ ଦୁଇ ବର୍ଷ, ଏପରି ମାଲକାଗିରିରେ ରେ ମଧ୍ୟ ବିତାଇଚନ୍ତି ନିଜେ, କୌଣସି ଜାଗାରେ ତାଙ୍କ ଲୋକ ସମ୍ପରକ ଖରାପ ନୁହଁ କି କାର୍ୟ୍ୟରେ ଅବହେଳା ନାହିିଁ ତାଙ୍କ ସହ ରହିଛନ୍ତି ସଦାସର୍ବଦା ଗଜପତି ଏସପି ସାରା ଶର୍ମା ଓ ଏସଡିପିଓ ଅଶୋକ ମହାନ୍ତି ତେଣୁ କେବେ ସେ ପଛଘୁଞ୍ଚା ଦେବେନି ଏବଂ ଅଞ୍ଚଳରୁ ଗଞ୍ଜେଇ ସମ୍ପୂର୍ଣ୍ଣ ନିଷେଧ କରିବେ ବୋଲି କହିଛନ୍ତି । ପ୍ରକାଶ ଥାଉକି ଜିଲ୍ଲାରେ ଏଭଳି ଏସପି ଓ ଅଧିକାରୀ ମାନଙ୍କୁ ପାଇ ଜିଲ୍ଲା ଗର୍ବିତ, କାରଣ ଏସପି ସାରା ଶର୍ମା ଗରିବର ମସିହା ଓ ନାରୀଙ୍କ ବଳ ସେ ସଦା ସର୍ବଦା ଝାଂସୀ ଲକ୍ଷ୍ମୀ ବାଇଙ୍କ ଭଳି ଅଛନ୍ତି ଅଞ୍ଚଳ ବାସୀଙ୍କ ସହ ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଏପରିକି ମୋହନା ବ୍ଲକର କିଛି ଦୃର୍ଗମ ଅଞ୍ଚଳକୁ ଆସି ଗରିବଙ୍କୁ ସାହାର୍ୟ୍ୟ କରନ୍ତି ବୋଲି ଗରିବ ଲୋକେ କହିଛନ୍ତି ।


