ଦି ମିରାକଲ୍ ସଂଗଠନ ପକ୍ଷରୁ କୋଭିଡ୍ ପରିଚାଳନା କମିଟି ସଚେତନତା ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦାସ୍ଥିତ ଦି ମିରାକଲ୍ ସଂଗଠନ ପକ୍ଷରୁ ତୋଡଗାଁ, ଗୋବିନ୍ଦପୁର, ସେଣ୍ଢତୀରା, ନିଳୋକ ଆଦି ଗ୍ରାମ ପଞ୍ଚାୟତରେ ଗ୍ରାମ୍ୟ ସ୍ତରୀୟ କୋଭିଡ୍ ପରିଚାଳନା କମିଟିର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ, ଏଚ୍.ବି.କେ, ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସଂପାଦିକା ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରତ୍ୟେକ ୱାର୍ଡରେ ଗଠିତ ହୋଇଥିବା ୱାର୍ଡ କମିଟିର ସଦସ୍ୟ ମାନଙ୍କୁ ମାକ୍ସ ବ୍ୟବହାରର ପ୍ରଣାଳୀ, ହାତକୁ ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଗହଳି ସ୍ଥାନକୁ ନଯିବା, ବାହାରେ ଛେପ ନପକାଇବା ସଂପର୍କରେ ସଂଗଠନର ସଭାପତି ସୁବାଷ ଚନ୍ଦ୍ର ବୈରୀଗଞ୍ଜନ ଶିକ୍ଷା ପ୍ରଦାନ କରିଥିଲେ । ଏହି ଶିବିରରେ ଆଶା, ଅଙ୍ଗନୱାଡି କର୍ମୀ, ୱାର୍ଡସଭ୍ୟସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।


