ପୂର୍ବତନ ବିଧାୟକ ଚିନ୍ତାମଣି ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ନିମପଲ୍ଲୀ ଗ୍ରାମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ସିପିଆଇ ନେତା ଚିନ୍ତାମଣି ଜେନାଙ୍କ ଏକାଦଶାହ ଅବସରରେ ସାମାଜିକ ଦୂରତା ମଧ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ରବିନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଭାସ ଚନ୍ଦ୍ର ମହାପାତ୍ର, ମହେଶ୍ୱର ମଲ୍ଲିକ, ଆଇନଜୀବି ପ୍ରତାପ ସେଠୀ ଯୋଗ ଦେଇ ସ୍ୱର୍ଗତ ଜେନା ଜଣେ ଶାନ୍ତ, ସରଳ, ସଚ୍ଚୋଟ ନେତା ଭାବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ପରିଚିତ ଥିଲେ ବୋଲି କହିଥିଲେ । ସେ ୧୯୭୧ ମସିହାରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀରୁ ସିପିଆଇର ବିଧାୟକ ଭାବେ ବିଧାନସଭାର ପ୍ରତିନିଧିତ୍ୱ କରି ନିର୍ବାଚନ ମଣ୍ଡଳୀ ପାଇଁ ବହୁବିଧ ଉନ୍ନତି ସାଧନ କରିଥିଲେ । ସେ ସର୍ବଦା ଚାଷୀମୂଲିଆ ଶ୍ରମଜୀବିଙ୍କ ପାଇଁ ଲଢେଇ କରି ଆସିଥିଲେ ବୋଲି ବକ୍ତା ମାନେ କହିଥିଲେ । କାର୍ଯ୍ୟକ୍ରମରେ ରବି ନାରାୟଣ ଜେନା, ଜୟନ୍ତ ଜେନା, ଦାମୋଦର ଜେନା, କବିତା ଜେନାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।


