ଚୋରି ବାଇକ୍ ସହ ଲୁଟେରା ଗିରଫ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): “ଚୋର ଘର ସବୁବେଳେ ଅନ୍ଧାର ନୁହେଁ ” ସାହିତ୍ୟର ଏହି ଢଗଟିକୁ କାର୍ଯ୍ୟରେ ପ୍ରତିପାଦନ କରି ଦେଖାଇଛନ୍ତି କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ । କିଛିଦିନ ହେବ ଶ୍ରୀ ମଲ୍ଲିକ ପୁରା ଆକ୍ସସନ ମୁଡୁରେ ଥିବା ନେଇ ସବୁ ଗଣମାଧ୍ୟମରେ ଚର୍ଚ୍ଚା । ସୂଚନାଯୋଗ୍ୟ କୋଣାର୍କ ଥାନ ନିକଟସ୍ଥ ବଗଳେଇ ଗ୍ରାମର ସବୁଜ ବିଶ୍ୱାଳ ନାମକ ଜଣେ ଯୁବକ ଗତମାସ ୧୩ ତାରିଖରେ କୋଣାର୍କର ରାକେଶ ମାଣିକଙ୍କ ଠାରୁ ତାଙ୍କ ପ୍ଲସର ମୋଟର ସାଇକେଲ ( ଓଡ଼ି ୧୩ଜେ ୫୧୩୯ ) କୁ କୋଣାର୍କ ଥାନା ଛକରୁ ଆସୁଛି କହି ମାଗିନେଇ ଆଉ ଫେରି ନଥିଲେ ଓ ମୋବାଇଲ ଫୋନ ମଧ୍ୟ ସୁଇଜ ଅଫ କରିଦେଇଥିଲେ । ଏ ନେଇ ବାଇକ ମାଲିକ ରାକେଶଙ୍କ ଦ୍ଵାରା କୋଣାର୍କ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ବାଇକ ନେଇ ଚମ୍ପଟ ମାରିଥିବା ଯୁବକ ଜଣକ ପାରାଦୀପ ଗେଟବଜାର ନିକଟସ୍ଥ ଶନିମନ୍ଦିର ନିକଟରେ ଏକ ଭଡ଼ାଘରେ ରହୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ପରେ କୋଣାର୍କ ପୋଲିସ ପକ୍ଷରୁ ଥାନା ଅଧିକାରୀ ଶ୍ରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ଏସ.ଆଇ ପ୍ରମୋଦ ଦଳାଇ ନେତୃତ୍ୱରେ ପାରାଦୀପ ପୋଲିସ ସହାୟତାରେ ମିଳିତ ଚଢ଼ଉ କରି ସଂପୃକ୍ତ ଯୁବକଙ୍କ ସହିତ ବାଇକଟିକୁ ଜବତ କରିଛନ୍ତି ।ଏନେଇ ପୋଲିସ ଯୁବକକୁ ଥାନାରେ ଅଟକ ରଖି ଅଧିକ ସୂଚନା ପାଇଁ ପଚରା ଉଚରା ଜାରି ରଖିଛନ୍ତି । କାଗଜ ପତ୍ର ଯାଞ୍ଚ ପରେ ଗାଡିର ପ୍ରକୃତ ମାଲିକଙ୍କୁ ଗାଡି ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।


