ଛତ୍ରପୁରରେ ବାହୁଡା ଯାତ୍ରା ପାଳିତ
ଛତ୍ରପୁର(ଯୁଗାଦ୍ଦ ନ୍ୟୁଜ): ଆଜି ପବିତ୍ର ବାହୁଡାଯାତ୍ରା ଉପଲକ୍ଷେ ଛତ୍ରପୁର ସହରରେ ତିନୋଟି ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଜସମାଗମ ହୋଇଥିଲା । ଘଣ୍ଟନାଦକୁ ମହିଳମାନଙ୍କ ହୁଲହୁଳି ଓ ବାଦ୍ୟ ଶଙ୍ଖ ମହୁରୀ ସଂକୀତନ ତାଳେ ମହିଳା ଓ ପୁରୁଷ ,ଶିଶୁ ବୃଦ୍ଧ,ବୃଦ୍ଧା ଭକ୍ତମାନେ ପ୍ରଭୂଙ୍କ ଯାତ୍ରାରେ ଜନସମାଗମ ରହି ତାଡେପଲ୍ଲୀସ୍ଥିତ ରଜାଘର ଜଗନ୍ନାଥ ମନ୍ଦିର ଗୁଣ୍ଡିଚା ମଣ୍ଡପରୁ ମହାପ୍ରଭୂ ଶ୍ରୀ ବଳଭଦ୍ର,ସୁଭଦ୍ରା ଓ ଜଗତରନାଥ ଜଗନ୍ନାଥ ପ୍ରଭୂଙ୍କୁ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା । ରଥକୁ ଭକ୍ତମାନେ ଟାଣି ଆଣି ମନ୍ଦିର ନିକଟକୁ ଆଣି ଥିଲେ । ଗତ କିଛି ବର୍ଷହେଲା ତାଡେପଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦିନରେ ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । ବାହୁଡାକାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ଜଗବନ୍ଧୁ ପାଣିଗ୍ରାହୀ,ଆଦିକନ୍ଦ ପାଣିଗ୍ରାହୀ,ଅସିତ୍ କୁମାର ପଟ୍ଟନାୟକ,ଏନ୍.ଜଗଦୀଶ ରାଓ, ଭାଗବତ ମହାପାତ୍ର,ସନ୍ତୋଷ କୁମାର ସାହୁ ଓ ପୂଜକ ରାଜେନ୍ଦ୍ର ଶତପଥୀ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ । ସେହିପରି ଦାଶିରି ଜଗନ୍ନାଥମନ୍ଦିର ଓ ରେଡିକା ସାହି ଜଗନ୍ନାଥ ମନ୍ଦିର ତରଫରୁ ଏହି ବାହୁଡା ଯାତ୍ରା ପାଳନ କରାଯାଇଥିଲା ରଥ ଗୁଡିକୁ ଭକ୍ତ ମାନେ ଟାଣି ନେଇ ନିଜ ନିଜର ମନ୍ଦିର ନିକଟରେ ପହଞ୍ଚାଇଥିଲେ । ଛତ୍ରପୁର ବ୍ଲକ ବୀରିସିଂହ ପୀଠ ସ୍ଥିତଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ପାଳନ କରାଯାଇଥିଲା । ପ୍ରଫୁଲ କୁମାର ମହାରଣାଙ୍କ ନେତୃତ୍ୱରେ ରଥରେ ତିନିଠାକୁର ବସି ଭକ୍ତମାନେ ରଥ ଟାଣିଥିବା ବେଳେ ଦେବୀ ସୁଭଦ୍ରାଙ୍କୁ ମହିଳା ଭକ୍ତ ମାନେ ରଥ ଟାଣିଥିଲେ । ଆଜି ଏକାଦଶୀ ହୋଇଥିବାରୁ ଭକ୍ତ ମାନେ ରଥାରୂଢ ଠାକୁର ମାନଙ୍କ ନିକଟରେ ପୂଜାଅର୍ଚ୍ଚନା କରିଥିବାର ଦେଖିବାର ମିଳିଥିଲ।।


