ଛତ୍ରପୁରରେ ରାଷ୍ଟ୍ରୀୟ ଲୋକଅଦାଲତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସବ୍ ଜଜ୍ ସ୍ୱୟଂପ୍ରଭା ଆଚାର‌୍ୟ୍ୟ ଓ ଏସଡ଼ିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଲୋକ ଅଦାଲତରେ ଦୁଇଟି ବ୍ୟାଙ୍କ ଓ ୨୩ ଏଫଆରଟି ମାମଲାର ସମାଧାନ ହୋଇଥିଲା । ଏଥିରେ ୩ଲକ୍ଷ ୯୨ହଜାର ୪୮୮ ଟଙ୍କା ଆଦାୟ ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା , ସରକାରୀ ଓକିଲ ଡ଼ମିନାଥ ସାହୁ, ପ୍ରଦୀପ ପାତ୍ର, ସୌରୀ ପ୍ରସାଦ ବେହେରା, ପ୍ରଦୀପ କୁମାର ପାଢୀ, ଦିଲ୍ଲୀପ ପଟ୍ଟନାୟକ, ଛତ୍ରପୁର ଓକିଲ ସଂଘ ସଭାପତି କେ. ଶିବରାମ ରେଡ୍ଡି, ଟି. ମୋହନ ରେଡ୍ଡି, ଚୈତନ୍ୟ ପ୍ରଧାନ, ଶଶିଭୂଷଣ ପଟ୍ଟନାୟକ, ସୁରେଶ ସେନାପତି, ଅଶୋକ ପଣ୍ଡା, ପଶ୍ୱର୍ରମ ଗୌଡ଼, ମନୋଜ ବେହେରାଙ୍କ ସମେତ ବହୁ ଆଇନଜୀବୀ ରହି ମାମଲାର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ