ଛତ୍ରପୁର ବ୍ଲକର ବିଭିନ୍ନ କାର୍ଯ୍ୟକୁ ବୁଲି ତଦାରଖ କଲେ ଡିଆରଡିଏ ପିଡି

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକର ନରେନ୍ଦ୍ରପୁର , ଭିକାରୀପଲ୍ଲୀ ଓ ସୁନ୍ଦରପୁର ଗ୍ରାମ ପଞ୍ଚାୟତରେ ଚାଲିଥିବା କାର୍ଯ୍ୟଗୁଡିକୁ ଗୁରୁବାର ଡିଆରଡିଏ ପିଡି ସିନ୍ଦେ ତତ୍ତାତ୍ରୟ ଭାଉସାହେବ ବୁଲି ତଦାରଖ କରିଛନ୍ତି । ପ୍ରଥମେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସର ବୁଲି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ତଦାରଖ କରିଥିଲେ । ପରେ ଭିକାରୀପଲ୍ଲୀ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମଠାରେ ପାଞ୍ଚ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ମାନଙ୍କର ଦ୍ୱାରା ୧୨ ଶହ ସ୍କୋର ମିଟର ଜାଗାରେ ଚାଷ କରାଯାଇଥିବା ଗୋଲାପ, ଅର୍କିଟ ଓ ଜାରବ୍ରେରା ଫୁଲ ବଗିଚା ଚାଷ କ୍ଷେତକୁ ପରିଦର୍ଶନ କରିଥିଲେ । ସ୍ୱୟଂ ସହାୟିକା ମହିଳା ମାନଙ୍କ ଦ୍ୱାରା ହୋଇଥିବା ଫୁଲ ବଗିଚା ଅତି ଉନ୍ନତ ମାନର ହୋଇଥିବାରୁ ଡିଆରଡିଏ ପିଡି ଖୁସି ଜାହିର କରିଥିଲେ । ଏହାପରେ ସୁନ୍ଦରପୁର ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ତଦାରଖ କରିଥିଲେ । ପରେ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମର ୭ଜଣ ମହିଳାଙ୍କୁ ନେଇ ଗଠିତ ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ନଡିଆ କତାରେ ନିର୍ମିତ ହୋଇଥିବା ଘର ସଜାଡିର ବିଭିନ୍ନ ସମାଗ୍ରୀ କୁ ମଧ୍ୟ ଦେଖି ଦିବ୍ୟାଙ୍ଗ ମହିଳାମାନଙ୍କୁ ପ୍ରଶଂସା କରିଥିଲେ ପିଡି । କନକ ଦୂର୍ଗା ଉତ୍ପାଦକ ଗୋଷ୍ଠୀ ର (୩୫ଜଣ ମହିଳା) ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଅଗରବତୀ ଓ ଆଚାର ଦେଖିଥିଲେ । ଏହାସହିତ ଏମନରେଗା ଓ ଓଡିଶା ଜିବିକା ମିଶନ ଆନୁକୂଲ୍ୟରେ ଗ୍ରାମରେ ୨୦ଜଣ ହିତାଧିକାରୀ ମାନଙ୍କ ଦ୍ୱାରା କରାଯାଇଥିବା ମୋ ଉପକାରିତା ବଗିଚା କୁ ମଧ୍ୟ ବୁଲି ଦେଖିଥିଲେ ଡିଆରଡିଏ ପିଡି ଭାଉସାହେବ । ଶେଷରେ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଚାଲିଥିବା ହାଟର ଉନ୍ନୟନ କାର୍ଯ୍ୟକୁ ମଧ୍ୟ ସେ ତଦାରଖ କରିଥିଲେ । ଏହି ପରିଦର୍ଶନରେ ଡିଆରଡିଏ ପିଡିଙ୍କ ସହ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ , ସହକାରୀ ନିର୍ବାହୀ ଯନ୍ତ୍ରୀ ନୀରଜଂନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପଣ୍ଡା, ଚନ୍ଦ୍ରଶେଖର ଷଡଙ୍ଗୀ, ପ୍ରଫୁଲ କୁମାର ବେହେରା, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ (୧) କମଳ ଲୋଚନ ଦାସ, ଓଡିଶା ଜିବିବା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା ଓ ବ୍ଲକର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅର୍ଚ୍ଚିତା ପାଣିଗ୍ରାହୀଙ୍କ ସମେତ ତିନୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ