ଛତ୍ରପୁର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ସହାୟତା ଚିହ୍ନଟକରଣ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସୈାଜନ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଛତ୍ରପୁର ବ୍ଲକସ୍ତରୀୟ ସହାୟତା ଚିହ୍ନଟକରଣ ଶିବିର ସ୍ଥାନୀୟ ବ୍ଲକ ପରିସରରେ ଛତ୍ରପୁର ତହସିଲଦାର ତଥା ବିଡିଓ ପ୍ରକାଶ କୁମାର ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥୀଭାବେ ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ଉପାଧ୍ୟକ୍ଷା ଏସ.ଶାରାଦା ରେଡ୍ଡୀ, ୧୯ନଂ ଜିଲ୍ଲା ପରିଷଦସଭ୍ୟା ରଶ୍ମିତା ନାହାକ, ୨୦ନଂ ଜିଲ୍ଲା ପରିଷଦ ସଭ୍ୟ ଏମ.ଧନଞ୍ଜୟ ରେଡ୍ଡୀ , ଏବିଡିଓ ଜୟଶ୍ରୀ ନାୟକ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋସିନୀ ସେଠୀ ପ୍ରମୁଖ ଯୋଗଦେଇ ଶିବିର କୁ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ସଂଯୋଜନା କରିଥିବା ବେଳେ ଓଡିଶା ଜିବୀକା ମିସନର ବ୍ଲକ ସଂଯୋଜିକା ମାନିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିର ୨୦୧ଜଣ ଭିନ୍ନକ୍ଷମ ନାମ ପଞ୍ଚିକରଣ କରିଥିଲେ । ସେଥିମଧ୍ୟରୁ ୧୪୩ଜଣଙ୍କୁ ବିଭିନ୍ନ ସହାୟତା ପ୍ରଦାନ ନିମନ୍ତେ ପ୍ରଦାନ କରାଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକର ସମସ୍ତ ଜନପ୍ରତିନିଧି ମାନେ ନିଜ ନିଜ ଅଂଚଳ ଭିନ୍ନକ୍ଷମ ମାନଙ୍କୁ ଶିବିର ଆଣିବା ନିମନ୍ତେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଛତ୍ରପୁର ଉପଖଣ୍ଡ ସାମିଜକ ସୁରକ୍ଷା ଅଧିକାରୀଣୀ ପି.ପଦ୍ମା ଓ ବ୍ଲକ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଏବଂ ୟୁଥ ଫର ସୋସିଆଲ ଡେଭଲମେଣ୍ଟ ସହ ଯୋଗ କରିଥିଲେ ।


