ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସିପିଆଇ ନେତା ସ୍ୱର୍ଗତ ଏନ. ଇରେଶୁ ଆଚାରୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ଦିବସ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ସ୍ଥିତ ସିପିଆଇ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧ ଦିବସରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଆଇନଜିବୀ ରାମଚନ୍ଦ୍ର ବେହେରା, ପୂର୍ବତନ ଛତ୍ରପୁର ସିପିଆଇ ଜୋନାଲ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡୀ, ଶ୍ରମିକ ନେତା ଗୁରୁଦେବ ବେହେରା, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ନବୀନ ଗୌଡ, ଟି. ନାରାୟଣ ରେଡ୍ଡୀ, ସ୍ୱର୍ଗତ ଆଚାରୀଙ୍କ ପୁଅ ଏନ୍. ସୁକାନ୍ତ ଆଚାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ଛାମୁଆ ନେତା ଓ କର୍ମୀ ମାନେ ଯୋଗ ଦେଇ ସ୍ୱର୍ଗତ ଆଚାରୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସମସ୍ତେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।


