କଲ୍ୟାଣପୁର ହରିଜନସାହି ଜଳବନ୍ଦୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀ ଭୁବନେଶ୍ୱର ବ୍ଲକର ଟିକରପଡ଼ା ଗ୍ରାମପଞ୍ଚାୟତ । ଏହି ପଞ୍ଚାୟତ ଅଧିନ କଲ୍ୟାଣପୁର ଶାସନ ହରିଜନ ସାହି ୬୦ ପରିବାର ଏବେ ଜଳବନ୍ଦୀ । ଗାଁ’ର ଉଭୟ ପାଶ୍ୱର୍ରେ ଥିବା ଦୟା ଏବଂ ଗଙ୍ଗୁଆ ନଦୀରେ କୌଣସି ଘାଇ ହୋଇନଥିବାବେଳେ ଗଙ୍ଗୁଆ ନଦୀର ବନ୍ୟାଜଳ ଏଠାକାର ଲୋକଙ୍କ ଅବସ୍ଥା ସଂଗୀନ କରିଛି । ଏଭଳି ସମୟରେ ଭାଇଚାରାର ସହଯୋଗ ହାତବଢାଇଛି ନୂଆଗାଁ ବିକାଶ ମଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାକୁ କାର୍ଯ୍ୟରେ କରି ଦେଖେଇବାକୁ ଯାଇ ବିଜୁ ଯୁବଛାତ୍ର ନେତା ତଥା ମଞ୍ଚ ଆବାହକ ଚିନ୍ମୟନନ୍ଦ ବଡ଼ଜେନା କର୍ମକର୍ତ୍ତାଙ୍କ ସହ ବିପନ୍ନଙ୍କ ନିକଟରେ ପହଞ୍ôଚ ସମସ୍ୟା ବୁଝିଥିଲେ । ସେମାନଙ୍କୁ ଅତ୍ୟାବଶକୀୟ ଜିନିଷପତ୍ର ବଣ୍ଟନ କରିଥିଲେ । ଗୋରୁ ଗାଈଙ୍କ ସମସ୍ୟା ବୁଝି ତୁରନ୍ତ ଗୋଖାଦ୍ୟ ପହଞ୍ଚାଇବା ନେଇ ବିପନ୍ନଙ୍କୁ ପ୍ରତିଶୃତି ଦେଇଥିଲେ । ବସନ୍ତ ବରାଳ, ସଞ୍ଜୟ ଗିରି, ଜଲି ମହାନ୍ତି, ପ୍ରକାଶ ରଣା, ପ୍ରତିମା ଦାସ ମହାନ୍ତି, ସୁଜିତ୍ ସାହୁ, ନିକୁଞ୍ଜ ସ୍ୱାଇଁ, ମାଗା ସ୍ୱାଇଁ, ଜାପାନୀ ନାୟକ, ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।


