ଛତ୍ରପୁର ବ୍ଲକ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଠାରୁ ବଡ ମାଧପୁର ଯିବା ରାସ୍ତାରେ ଥିବା ଚାରିଛକ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛତ୍ରପୁର ବ୍ଲକ ସ୍ତରୀୟ କୃତଜ୍ଞତା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ଦ୍ୱାରା ଛତ୍ରପୁର ବ୍ଲକର ୧୮ ଟି ଗ୍ରାମ ପଂଚାୟତର ୭୪ ଗୋଟି ଗ୍ରାମର ପ୍ରାୟ ୧ ଲକ୍ଷ୍ୟ ୩୫ ହଜାର ସ୍ଥାନୀୟ ବାସିନ୍ଦା ନିଜ ଘର ପାଖରେ ପାଇପ ଯୋଗେ ପାଣି ପାଇ ପାରିବେ ବୋଲି କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜଟିଆ ନାହାକ ଓ ବିଶ୍ୱନାଥ ସୁବୁଦ୍ଧି, ପୂର୍ବତନ କାଉନସିଲର ବି. ରାଜିବାବୁ, ଅକ୍ଷୟ ସ୍ୱାଇଁ, ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ୍ ଗୋପାଳ ରାଓ, ଯୁବ ବିଜେଡି ଜିଲ୍ଲା ସମମ୍ପାଦକ ଶମ୍ଭୁନାଥ ସ୍ୱାଇଁ, ଛାତ୍ର ବିଜେଡିର ଜିଲ୍ଲା ସମ୍ପାଦକ ନାଗେଶ୍ୱର ରାଓ, ବଳରାମ ରେଡ୍ଡି , ପୂର୍ବତନ ସରପଂଚ ଭଗବାନ ନାହାକ ଙ୍କ ସମେତ ଛତ୍ରପୁର ବ୍ଲକ ର ବହୁ ଜନ ପ୍ରତିନିଧି ଓ ନେତା ଓ କର୍ମୀ ମାନେ ମାନେ ଉପସ୍ଥିତ ଥିଲେ ।


