ସେଣ୍ଢତୀରାରେ ଯୁବ ପଞ୍ଚାୟତ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବରପଦା ଠାରେ ଭଦ୍ରକସ୍ଥିତ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନେତାଜୀ ଯୁବ କେନ୍ଦ୍ରର ଜିଲା ଯୁବ ଅଧିକାରୀ ବିଘ୍ନେଶ ଏମ୍ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ସ୍ତରରେ ଯୁବକ ମାନଙ୍କ ଉଦ୍ଦେଶ୍ୟରେ ଯୁବ ପଞ୍ଚାୟତ ତଥା ସ୍ଥାୟୀ ଯୁବ କ୍ଲବ ଗଠନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏକତ୍ରିତ ହୋଇ ସାମାଜିକ ବିକାଶ କରିବା ସହିତ ସଂପ୍ରଦାୟ ବିକାଶ କାର୍ଯ୍ୟକଳାପରେ ଜଡିତ ରହିବା, ସ୍ଥାନୀୟ ସମସ୍ୟାର ସମାଧାନ କରିବା, ଜାତି, ଧର୍ମ, ରାଜନୀତି କିମ୍ବା ଅନ୍ୟ କୌଣସି ବିଭାଜନକାରକ ଦୃଷ୍ଟିରୁ ପାର୍ଥକ୍ୟକୁ ଅଲଗା ରଖିବା, ସମସ୍ତଙ୍କ ଉନ୍ନତି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଏହି ଯୁବ କ୍ଲବ ଗଠନର ମୂଳ ଉଦ୍ଦେଶ୍ୟ ବୋଲି ସଂସ୍ଥା ପକ୍ଷରୁ ଅବଗତ କରାଯାଇଥିଲା । ଏହି ଅବସରରେ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା । ଏଥିରେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ, ପୋଲିସ କର୍ମଚାରୀ ଖଗେଶ୍ୱର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସେଠୀ, କୃଷକ ଜଗନ୍ନାଥ ନାୟକ, ସାମଜିକ କର୍ମୀ ରଙ୍ଗାଧର ବାରିକ, ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି ଜୟନ୍ତୀ ନାୟକ, ସଚିବ ସୌଦାମିନୀ ସାହୁ, ଜିଲା ଯୁବ ଅଧିକାରୀ ଭିଘ୍ନେଶ ଏମ, ଜାତୀୟ ଯୁବ ସ୍ୱେଚ୍ଛାସେବୀ ବିକାଶ ମଲ୍ଲିକ, ଏମ୍‌.ଗୀତାଞ୍ଜଳୀ ବାରିକ ମନୋନୀତ ହୋଇଥିଲେ । ପରାମର୍ଶଦାତା କମିଟିର ଉପସ୍ଥିତିରେ ନିୟମ, ନିୟମାବଳୀ, ସାମୟିକ ଭାବେ ମନୋନୀତ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଦ୍ୱାରା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଥିଲା । ଉକ୍ତ ପଞ୍ଚାୟତର ୧୮ରୁ ୨୯ ବର୍ଷ ବୟସର ଯୁବକ ମାନେ ଏଥିରେ ଯୋଗ ଦେଇ ପାରିବେ ବୋଲି ସୂଚନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ