ବୁଗୁଡାରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ପକ୍ଷରୁ ଫେବୃଆରୀ ୨୦ ତାରିଖ ଦିନ ବୁଦ୍ଧଖୋଲ ପାଦଦେଶରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରି, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବିଡ଼ିଓ ବାସୁଦେବ ନାୟକ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଅଗ୍ନିଶମ ବିଭାଗ ଅଧିକାରୀ ସଞ୍ଜୟ କୁମାର ରାଉତ, ସମାଜସେବୀ କେ.ନୀଳମାଧବ ଆଚାରି, ସୁରେଶ ଚନ୍ଦ୍ର ଦାଶ ଓ ଗଙ୍ଗାଧର ବିଷୋୟୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଜନସାଧାରଣଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗଦେଇଥିଲେ। କେତକ ଅସାମାଜିକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେବା ଦ୍ୱାରା ବହୁ ମୂଲ୍ୟବାନ ବୃକ୍ଷ ପୋଡି ନଷ୍ଟ ହେବା ସହ ଜଙ୍ଗଲ ନିଆଁ ର ଧୂଆଁ ଯୋଗୁ ବାୟୁମଣ୍ଡଳ ଦୂଷିତ ହେଉଅଛି। ଜଙ୍ଗଲ ନିଆଁ ଯୋଗୁଁ ଜଙ୍ଗଲର ବନ୍ୟପ୍ରାଣୀ ଗ୍ରାମ ଓ ସହର ମୁହାଁ ହେଉଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ଏକ ଅପରାଧ ହୋଇଥିବା ବେଳେ ନିଆଁ ଲଗାଇବା ବ୍ୟକ୍ତି ଦଣ୍ଡ ପାଇବା ବ୍ୟବସ୍ଥା ରହିଛି। ସମସ୍ତ ଜନସାଧାରଣ ଜଙ୍ଗଲ ନିଆଁକୁ ଯେପରି ରୋକା ଯାଇପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବାକୁ ଅତିଥି ବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ