ଛାତ୍ର ସଂସଦ ନିର୍ବାଚନ ଵାତିଲକୁ ବିରୋଧକରି ଅଲ ଇଣ୍ଡିଆ ଡିଏସଓର ବିକ୍ଷୋଭ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ): ଛାତ୍ର ସଂସଦ ନିର୍ବାଚନ ଵାତିଲ ନିଷ୍ପତ୍ତି ବିରୋଧରେ ଅଲ ଇଣ୍ଡିଆ ଡିଏସଓ ପକ୍ଷରୁ ବ୍ରହ୍ମପୁର କମାପଲ୍ଲୀଠାରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ସମସ୍ୟା ବିରୁଦ୍ଧରେ ଲଢିବା ପାଇଁ ଥିବା ଏହି ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ସରକାରଙ୍କ ଚକ୍ରାନ୍ତ ବୋଲି କହିଛନ୍ତି ଡିଏସଓ ସଦସ୍ୟ । ନିର୍ବାଚନ ବଦଳରେ କର୍ତ୍ତୁପକ୍ଷଙ୍କ ଦ୍ୱାରା ମନୋନୀତ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ଚୟନ ଦ୍ୱାରା କର୍ତ୍ତୁପକ୍ଷଙ୍କ ଗୋଡାଣିଆ ତଥା ସରକାରୀ ଦଳ ସମର୍ଥିତ ରାଜନୈତିକ ପ୍ରଭାବନ୍ୱିତ ଛାତ୍ରଛାତ୍ରୀମାନେ ହିଁ ଛାତ୍ର ସଂସଦକୁ ଆସିବେ । ଛାତ୍ର ସଂସଦ ନିର୍ବାଚନରେ ହେଉଥିବା ଗଣ୍ଡଗୋଳକୁ ରୋକିବା ତଥା ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିସ୍ଥିତି ସୃଷ୍ଟି କରିବା ପାଇଁ ନିର୍ବାଚନ ବାତିଲ କରିଥିବା ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ।ଯାହା ସରକାର ଶିକ୍ଷା ପ୍ରତି କ୍ରମାଗତ ଆକ୍ରମଣ କରିଚାଲିଥିବା ସୁଚାଉଛି । ଫିସ ବୃଦ୍ଧି, ଶିକ୍ଷକ ଅଧ୍ୟାପକ ଅଭାବ , ଶିକ୍ଷାର ସାମଗ୍ରିକ ଘରୋଇକରଣ, ବ୍ୟବସାୟୀକରଣ , ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶିତ ନହେବା , କ୍ଲାସ ନହେବା ଭଳି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଅପରପକ୍ଷରେ ସରକାର ଶିକ୍ଷା ସମସ୍ୟାନେଇ ସଚେତନତା ସୃଷ୍ଟି କରିବା ତଥା ଶିକ୍ଷା ସମସ୍ୟା ବିରୁଦ୍ଧରେ ଛାତ୍ର ଆନ୍ଦୋଳନ ଗଢି ତୋଳିବାର ସୁଯୋଗକୁ ଧ୍ୱଂସ କରିବା ସଓ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରକୁ କ୍ଷୁର୍ଣ୍ଣ କରିଚାଲିଛନ୍ତି । ସରକାରଙ୍କ ଘୃଣ୍ୟ ଷଡଯନ୍ତ୍ରକୁ ଅଲ ଇଣ୍ଡିଆ ଡି.ଏସ.ଓ ତୀବ୍ର ନିନ୍ଦା କରିବା ସହ ଏହି ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବାକୁ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡି.ଏସ.ଓ ଗଞ୍ଜାମ ଜିଲ୍ଲା କମିଟିର ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାଗହୁ, ଉଦ୍ଧବ ମହାଙ୍କୁଡ, ଡି.ତିରୁପତି ଦୋରା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ