ଜଗନ୍ନାଥ ପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସବ ବୁହା ହେଲା ବାଇକରେ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଠାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ଶବକୁ ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକେ।ଆଜି ସକାଳୁ ଜିରାବାଡ଼ି ଗ୍ରାମର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ ହଟାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ।ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ମେଡିକାଲ ରେ ଭର୍ତ୍ତି କରିଥିଲେ । ଡାକ୍ତର ମେଡିକାଲ ରେ ମୃତ୍ୟୁ ଘୋଷଣା କରିଥିଲେ।ପରିବାର ଲୋକେ ମହାପ୍ରୟାଣ ଗାଡିରେ ଶବ ନବାକୁ ଡାକ୍ତର ଙ୍କୁ କହିଥିଲେ। ମହାପ୍ରୟାଣ ଗାଡି ର ସୁବିଧା ନଥିବା ଡାକ୍ତର କିରଣ କୁମାର କହି ଥିଲେ।ମୃତକ ଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସ, ଅଟୋ କୁ ଯୋଗା ଯୋଗ କରିଥିଲେ।କିନ୍ତୁ ଶବ ନବା ପାଇଁ ଗାଡି ନମିଳିବାରୁ ବାଧ୍ୟହୋଇ ବାଇକ ରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ।ତେବେ ଏ ନେଇ ମେଡ଼ିକାଲ ଅଧିକାରୀ ଡାକ୍ତର କିରଣ କୁମାର ଙ୍କୁ ପଚାରିବାରୁସେ କହିଲେ ଯେ ଜଗନ୍ନାଥ ପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବ ବୋହିବାକୁ ଗାଡି ନାହିଁ।ପୂର୍ଵ ରୁ ଏଥି ସଂକ୍ରାନ୍ତ ରେ ଅଭିଯୋଗ ଦେଇଥିଲେ ମଧ୍ୟ କାର୍ଯ୍ୟ କାରି ହୋଇ ନାହିଁ ବୋଲି ଡାକ୍ତର କିରଣ କହିଥିଲେ।


