ଜଗନ୍ନାଥ ମନ୍ଦିରରୁ ମର୍ତ୍ତି ଚୋରି

କାଶୀନଗର, (ରାଜେଶ କୁମାର):କାଶୀନଗର ଠାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିରରୁ ଆଜି ପୂଜକ ମଧ୍ୟାହ୍ନ ଧୂପ ଦେଇ ମନ୍ଦିର ପ୍ରବେଶ ପଥ ରେ ତାଲା ପକେଇ ଭୋଜନ କରିବାକୁ ଯାଇ ଆସିଲା ବେଳେକୁ ମନ୍ଦିର ଚାବି ଭାଙ୍ଗି ଏକ ଚୋର ମନ୍ଦିର ମଧ୍ୟରେ ଥିବା କିଛି ପିତଳ ପଦାର୍ଥ ସହ ଅଷ୍ଟ ଧାତୁ ମୂର୍ତ୍ତି ନେଇ ଚାଲି ଯାଇ କାଶୀନଗର ଫୋରେଷ୍ଟ ଛକ ଠାରେ ବସ କୁ ଅପେକ୍ଷା କରିଥିଲା।ଏହି ସମୟରେ ମନ୍ଦିରର ଦୁଇ ସହଯୋଗୀ ସେହି ଲୋକ ଧରିଥିବା ବେଗ ଭିତରେ କିଛି ପିତ୍ତଳ ଜିନିଷ ଥିବା ଲକ୍ଷ କରି ସ୍ଥାନୀୟ କାଶୀନଗର ଥାନାକୁ ଫୋନ କରିଥିଲେ। କାଶୀନଗର ଥାନାରୁ ଏସ ଆଇ ମମତା ପଣ୍ଡା ଆସି ତନଖି କରି ସେହି ଲୋକ କୁ ଗିରଫ କରି ୧୩୧/୨୩ରେ ଏକ ମାମଲା ରୁଜୁ କରିଛନ୍ତି।ଆସନ୍ତା କାଲି ଅଭିଯୁକ୍ତ ର ଅନ୍ୟନ୍ୟ କେସ ଗୁଡିକ ଅନୁସନ୍ଧାନ କରି କୋର୍ଟ ଚାଲାଣ କରାଯିବ ବୋଲି ଏସ ଆଇ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ