ଜଗନ୍ନାଥ ମନ୍ଦିରେ ଏକାଦଶୀ ଉତ୍ସବ ପାଳନ
ବ୍ରହ୍ମପୁର-(ଯୁଗାଦ୍ଦନ୍ୟୁଜ) ପବିତ୍ର ଏକାଦଶୀ ଅବସରରେ ବିଜିପୁର ଜଗନ୍ନାଥ ମନ୍ଦିର ପରିସରରେ ସକାଳ ଚାରିଘଟିକା ସମୟରେ ମଙ୍ଗଳା ଆଳତୀ ପୂଜାପରେ ୧୦୮ ତୁଳସୀ ଅର୍ପଣ ଆଳତୀ ପରେ ସୁନ୍ଦରପୁର ମଣ୍ଡଳୀ ଦ୍ୱାରା ଚାରି ପ୍ରହର ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର, ପ୍ରମୋଦ ଦାସ,ବାପି ସାହୁ,ସୁବାସ ପଟ୍ଟନାୟକ,ରଘୁନାଥ ପାତ୍ର ସମେତ ମନ୍ଦିର କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ସହେଯୋଗ କରିଥିଲେ ।


