ତାଲିବାନ ଆତଙ୍କବାଦୀଙ୍କ କବ୍‌ଜାରେ ୧୫୦ ଭାରତୀୟ

କାବୁଲ: କାବୁଲରୁ ଭାରତକୁ ଫେରିବା ପାଇଁ ଏୟାର ପୋର୍ଟ ବାହାରେ ନିଜ ଦେଶର ଏୟାରବେସ୍‌କୁ ଅପେକ୍ଷା କରିଥିଲେ ଭାରତୀୟ ଲୋକେ, ଇତି ମଧ୍ୟରେ ଭାରତୀୟ ସଂଯୋଜକ ଜୋହିବ କାବୁଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେଠାକୁ ଯାଇଥିଲେ । କାବୁଲରେ ତାଲିବାନ ଆତଙ୍କବାଦୀମାନେ ଜୋହିବଙ୍କୁ ଅପହରଣ କରିଥିବା ସୂଚନାରୁ ଜଣାପଡ଼ିଛି । ଏହା ବ୍ୟତୀତ ୧୫୦ ଜଣ ଭାରତୀୟଙ୍କୁ ତାଲିବାନ ଆତଙ୍କୀ ଜବରଦସ୍ତି ଉଠାଇନେଇଥିବା ସାମ୍ନାକୁ ଆସିଛି । ସେମାନଙ୍କୁ ପିଟିବା ସହ ତାଲିବାନୀ ସାଙ୍ଗରେ ନେଇଯାଇଥିବା ସୂଚନାରୁ ଜଣାପଡ଼ିଛି । ତେବେ ସମସ୍ତଙ୍କୁ ଯାଞ୍ଚ ପାଇଁ ନେଇଥିବା ତାଲିବାନୀ ପକ୍ଷରୁ ସୂଚନା ମିଳିଛି । ସେଥି ମଧ୍ୟରୁ ସବୁ ଭାରତୀୟ ସୁରକ୍ଷିତ ଥିବା ଆଫଗାନିସ୍ତାନ ମିଡିଆ ପକ୍ଷରୁ ସୂଚନା ମିଳିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ତାଲିବାନ ଆତଙ୍କବାଦୀମାନେ ଭାରତୀୟ ସଂଯୋଜକଙ୍କ ନିକଟକୁ ଆସିଥିଲେ । ସେ ତାଙ୍କ ପରିଚୟ ମାଗିଥିଲେ । ତା’ପରେ ତାଲିବାନ ଆତଙ୍କବାଦୀମାନେ ସେମାନଙ୍କୁ ଚାପୁଡ଼ା ମାରିବା ଆରମ୍ଭ କଲେ । ଏହା ପରେ ଆତଙ୍କବାଦୀମାନେ ତାଙ୍କ ମୋବାଇଲ୍ ନେଇଥିଲେ । ସେବେଠାରୁ ଭାରତୀୟ ସଂଯୋଜକଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ୧୫୦ ଜଣ ଭାରତୀୟଙ୍କ ମଧ୍ୟ ଠିକଣା ନାହିଁ । ସେମାନଙ୍କୁ କେଉଁଠାରେ ନିଆଯାଉଛି ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ସେମାନଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଛି ।ହେଲେ ଭାରତୀୟଙ୍କୁ ନେଇନଥିବା କହିଥିଲେ ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ୱାସେକ୍ । ଆଜି ସକାଳେ କାବୁଲରୁ ଭାରତୀୟ ଏୟାରଫୋର୍ସ ବିମାନ ୮୫ ଜଣଙ୍କୁ ଆଣିଥିଲା । ଅନ୍ୟମାନଙ୍କୁ ଆଣିବାକୁ କାବୁଲରେ ପହଞ୍ଚିଥିଲା ଆଉ ଏକ ବିମାନ । ଆଫଗାନର ବିଭିନ୍ନ ସହରରେ ହଜାରରୁ ଅଧିକ ଭାରତୀୟ ଫଶି ରହିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ