ଜନଗଣନାରେ ସାମିଲ ହେବ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗଙ୍କ ସଂଖ୍ୟା

ଭୁବନେଶ୍ବର : ଏଥର ଜନଗଣନାରେ ରାଜ୍ୟରେ କେତେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଅଛନ୍ତି ତାହାର ମଧ୍ୟ ଗଣନା କରାଯିବ। ସେଥିପାଇଁ ଜନଗଣନା ଫର୍ମରେ ଏକ ସ୍ବତନ୍ତ୍ର ଫର୍ମାଟ ରହିବ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜନଗଣନାରେ ଏହି ନୂଆ ପରିବର୍ତ୍ତନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ସାଧାରଣ ଗଣନା ସହିତ ଏହି ଗଣନା ମଧ୍ୟ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି। ମୁଖ୍ୟତଃ ରାଜ୍ୟରେ କେତେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ଅଛନ୍ତି ତାହାର କୌଣସି ହିସାବ ନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲାଗୁ କରିବାରେ ପ୍ରତିବନ୍ଧକ ସୃଷ୍ଚି ହେଉଛି। ତାହାକୁ ଦୃଷ୍ଟିରେ ରଖି ଓଡିଶା ଏପରି ନିଷ୍ପତି ଗ୍ରହଣ କରିଛି। ସାଧାରଣତଃ ମହାତ୍ମା ଗାନ୍ଧୀ ଆର୍ଥିକ ପଛୁଆ ବର୍ଗ ପାଇଁ ସବୁବେଳେ ଚିନ୍ତା କରୁଥିଲେ। ଗାନ୍ଧୀଙ୍କ ସେହି ଚିନ୍ତାଧାରାକୁ ସମ୍ମାନ ଜଣାଇ ଓଡ଼ିଶା ଏପରି ନିଷ୍ପତ୍ତି ନେଇଛି ବୋଲି ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ବସିଥିବା ଏହି କ୍ୟାବିନେଟ ବୈଠକରେ କେବଳ ଏହି ଗୋଟିଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ