ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ପୁଣି ରାଜଧାନୀ ଦିଲ୍ଲୀର ଏକ କାରଖାନାରେ ନିଆଁ ଲାଗିଯାଇଛି। ଏକ ଜୋତା କାରଖାନରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ମାୟାପୁରୀ ଅଞ୍ଚଳରେ ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୯୦ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୨୩ଟି ଦମକଳଗାଡ଼ି ଉପସ୍ଥିତ ରହିଛି । ନିଆଁ ଉପରେ କାବୁ ପାଇଁ ଚେଷ୍ଟା ଜାରି ରଖାଯାଇଛି । ତେବେ ଏହି ମାମଲାରେ ଅଧିକ ଖବର ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରିରହିଛି । ଏହି ନିକଟ ଅତୀତରେ ଅଗ୍ନିକାଣ୍ଡର ବହୁ ଘଟଣା ଦେଖିବାକୁ ମିଳିଛି । ନିକଟରେ ଶସ୍ୟମଣ୍ଡିରେ ନିଆଁ ଲାଗି ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା ।


