ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରି ଚିଠି ଲେଖିଛନ୍ତି ନବୀନ। ଏପ୍ରିଲ୍‌ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା କାର୍ଯ୍ୟକ୍ରମ ରହିଛି । କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ କରିବା ପାଇଁ ନିବେଦନ କରିଛନ୍ତି ନବୀନ। ଏବେ କୋରୋନା ମୁକାବିଲା ପାଇଁ କର୍ମଚାରୀ ମୁତୟନ ରହିଛନ୍ତି, ଏ ସମୟରେ ଜନଗଣନା ହେଲେ କୋରୋନା ମୁକାବିଲା ବାଧାପ୍ରାପ୍ତ ହେବ । ସେହିପରି କ୍ଷେତ୍ର ପରିଦର୍ଶନ ବେଳେ ମଧ୍ୟ ଫିଲ୍ଡ ଓ୍ବାର୍କରମାନଙ୍କ ପ୍ରତି ସଂକ୍ରମଣର ଆଶଙ୍କା ରହିଛି। ଏହି ଜନଗଣନାରେ ଗୃହ ତାଲିକା, ଗଣନା,ଜନସଂଖ୍ୟା ପଞ୍ଜିକା ଅପଡେଟ୍‌ ହୋଇଥାନ୍ତା। ତେବେ କରେନାକୁ ଦୃଷ୍ଟିରେ ରଖି ଜନଗଣନାକୁ ସ୍ଥଗିତ ରଖାଯାଉ ବୋଲି ଚିଠିରେ ନିବେଦନ କରିଛନ୍ତି ନବୀନ ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ