ଜନ ଆରୋଗ୍ୟ ସମିତି ଗଠନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ଅନ୍ତର୍ଗତ ବଡଷ୍ଟେସନ ନିକଟରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ଆରୋଗ୍ୟ ସମିତି ଗଠନ ହୋଇଯାଇଛି | ଏନଏସି ର ୱର୍ଡ ନ ୩ ର କାଉନସିଲର ତଥା ଏହି ଜନ ଆରୋଗ୍ୟ ସମିତି ଗଠନର ଅଧ୍ୟକ୍ଷ ମାମା ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷ ଜି. ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକ ରେ ଏପିଏମ ଫଣି ଭୂଷଣ ପଟ୍ଟନାୟକ ଏହି ଆରୋଗ୍ୟ ସମିତି ଗଠନ ର ମୂଳଲକ୍ଷ୍ୟ ବିଷୟରେ ସମସ୍ତ ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ ।ଏଥିରେ ଛତ୍ରପୁର ର ହସ୍ପିଟାଲ୍ ମ୍ୟାନେଜର ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା, ଏନଏସି ର କନିଷ୍ଠ ଯନ୍ତ୍ରୀ ଜୋସ୍ନ।ମୟୀ ଜେନା,ଏହି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ପରିଚାଳିତ କରୁଥିବା ଏକ ଏନଜିଓ ର ନୋଡାଲ ଅଫିସର୍ ସୁମନ୍ତ କୁମାର ଦାସ, ମେଡିକାଲ ଅଫିସର୍ ଡା. ମଧୁସୂଦନ ପଣ୍ଡା , ଫାର୍ମାସିଷ୍ଟ ସତ୍ୟ ରଞ୍ଜନ ବେହେରା , ଅଟଳ ବିହାରି ମହାନ୍ତି, ଷ୍ଟାଫ ନର୍ସ ମିସ୍ ମନିଷା କୁମାରୀ ମଲ୍ଲିକ ଓ ଲ୍ୟାବ ଟେକ୍ନିସୀଏନ, ଦିଲ୍ଲୀପ କୁମାର ବେହେରା ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ କୁ ପ୍ରେମାନନ୍ଦ ସାମନ୍ତରାୟ ସୁଚର ରୂପେ ପରିଚାଳନା କରିଥିଲେ |


