ମଧୁସ୍ମିତା ମହାପାତ୍ର ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଗୁରୁବାର ମଧୁସ୍ମିତା ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ କଟକ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିବା ବେଳେ ତାଙ୍କର ଗଂଜାମ ଜିଲ୍ଲାକୁ ବଦଳି ହୋଇଯାଇଥିଲ।। ସେ ୨୦୧୦ ମସିହାରେ ନିଜ ଜିଲ୍ଲା ତଥା ମୟୂରଭଞ୍ଜ ଜିଲ୍ଲାରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ମୟୂରଭଞ୍ଜ ସମେତ ସମ୍ବଲପୁର , କୋରାପୁଟ ଏବଂ କଟକ ଭଳି ବିଭିନ୍ନ ଜିଲ୍ଲାରେ ନିଜ ଦାୟିତ୍ୱ ତୁଲାଇ ଆସିଛନ୍ତି । ଆଜି ସେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଜ ବିଭାଗ ର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବି , ଯେଉଁ ପିଲାମାନେ ବିଭିନ୍ନ କାରଣ ଯୋଗୁଁ ପାଠ ପଢିବାକୁ ଆସି ପାରୁନୁ ନାହାଁନ୍ତି , ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ସୁବିଧା ସୁଯୋଗ କୁ ଯେପରି ସେମାନେ ପାଇପାରିବେ ସେଥି ପ୍ରତି ଗୁରୁତ୍ୱ ଦେବି , ଏହାସହ ସେମାନଙ୍କ ଦକ୍ଷତା ଅନୁଯାୟୀ ଆର୍ଥିକ ଅଭିବୃଦ୍ଧି କିପରୀ ହୋଇପାରିବ ଯାହାଦ୍ୱାରା ସେମାନେ ଅଧୀକ ପାଠ ପଢିବା ରେ ସକ୍ଷମ ହୋଇପାରିବେ ସେଥି ନିମନ୍ତେ କାର୍ଯ୍ୟ କରିବେ ବୋଲି ସେ ନିଜ ପ୍ରତିକ୍ରୀୟାରେ କହିଥିଲେ । ଏହି ଅବସରରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଚ ପ୍ରଦାନ କରି ସ୍ୱାଗତ ଜଣାଇଛନ୍ତି । ପୂର୍ବରୁ ଗଂଜାମ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଥିବା ପରକ୍ଷୀତ ଦାଶଙ୍କ ପଦୋନ୍ନିତ ହୋଇ ମୟୁରଭଞ୍ଜ ଜିଲ୍ଲାକୁ ବଦଳି ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ