ଜମ୍ମୁ-କଶ୍ମୀରର ବିଭାଜନକୁ “ବେଆଇନ୍‌’ କହି ବିରୋଧ କଲା ଚୀନ୍‌

ନୂଆଦିଲ୍ଲୀ:ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଭାରତ ସରକାର ରାଜ୍ୟ ବଦଳରେ ଏହାକୁ ବିଭାଜନ କରି ଜମ୍ମୁ- କଶ୍ମୀର ଓ ଲଦାଖ ଠାରୁ ବିଧିବଦ୍ଧ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ, ପଡ଼ୋଶୀ ଚୀନ୍ ଭାରତ ସରକାରଙ୍କର ଏପ୍ରକାର ନିଷ୍ପତ୍ତି ଓ କାର୍ଯ୍ୟକୁ ବିରୋଧ କରିଛି । ଚୀନ୍ ଭାରତ ସରକାରଙ୍କର ଏପ୍ରକାରର କାର୍ଯ୍ୟକୁ “ବେଆଇନ୍‌’ ବୋଲି କହିବା ସହ ଏହା ବେଜିଂର ସାର୍ବଭୌମତ୍ୱକୁ ପ୍ରଭାବିତ କରିବ ବୋଲି ମଧ୍ୟ କହିଛି । ତେବେ, ଏପ୍ରସଙ୍ଗରେ ଚୀନକୁ ବେଶ କଡ଼ା ଓ ଶାଣିତ ଶବ୍ଦ ବ୍ୟବହାର କରି ପ୍ରତ୍ୟୁତ୍ତର ଦେଇଛି ଭାରତ । ଚୀନକୁ କହିଛି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡଖେଳାଇବା ବନ୍ଦ କରିବା ସହ ଭାରତକୁ ପରାମର୍ଶ ଦେବା ବନ୍ଦ କରୁ ଚୀନ୍ । ଚୀନକୁ ମନେ ପକାଇଦେଇ ଭାରତ କହିଛି ଯେ ଲଦାଖ ଓ ଜମ୍ମୁ-କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଉଭୟ ଲଦାଖ ଓ ଜମ୍ମୁ- କଶ୍ମୀର ହେଉଛନ୍ତି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଯେହେତୁ, ଭାରତ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ହସ୍ତକ୍ଷେପ କରୁନାହିଁ, ସେଥିପାଇଁ ଭାରତ ମଧ୍ୟ ଚାହେଁ ତା’ର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ହସ୍ତକ୍ଷେପ ନକରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ