ଦ୍ୱିତୀୟ ପର୍ଯ୍ୟାୟରେ ୫ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) ର ଆଗାମୀ ନିର୍ବାଚନ ନିମନ୍ତେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥିରେ ସଭାପତି ଆସନ ପାଇଁ ଚର୍ତୁଭୁଜ ପଲେଇ , ଉପସଭାପତି ପାଇଁ ରାଜେନ୍ଦ୍ର କୁମାର ବାରିକ, ସଂପାଦକ ଆସନ ପାଇଁ ସତ୍ୟପ୍ରିୟ ବାରିକ , ଯୁଗ୍ମ ସଂପାଦକ ପାଇଁ ଅଜୟ ସିହ୍ନା , କୋଷାଧ୍ୟକ୍ଷ ଆସନ ପାଇଁ ସୁରେଶ ଚନ୍ଦ୍ର ଗିରି ପ୍ରମୁଖ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ ଉକ୍ତ ପ୍ରାର୍ଥୀମାନେ ଯୋଡା ଲକ୍ଷ୍ମୀ ପଡିଆସ୍ଥିତ ମା ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ନିଜର ସମର୍ଥକଙ୍କୁ ନେଇ ଏକ ବିଶାଳ ବାଇକ ରାଲି ରେ ବାହାରି ସହର ପରିକ୍ରମା କରିଥିଲେ । ପରେ ବାଂଶପାଣିଠାରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) କାର୍ଯ୍ୟାଳୟଠାରେ ପହନଚି ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୧ ତାରିଖ ହୋଇଥିବାରୁ ବହୁ ପ୍ରାର୍ଥୀ ଏହି ଆସନଗୁଡିକ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଖଣି ଅଂଚଳରେ ମାଟୋଆ ନିର୍ବାଚନ ପରିବହନ ବ୍ୟବସାୟର ଏକ ପ୍ରମୁଖ ସଂଘ ନିର୍ବାଚନ ହୋଇଥିବାରୁ ଏହି ଆସନଗୁଡିକୁ ହାତେଇବା ପାଇଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଉଦ୍ୟମ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ