ଜଳସେଚନ ଗମନାଗମନ ପାଇଁ ୩୫୦ କୋଟି ଘୋଷଣା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଭି. କେ. ପାଣ୍ଡିଆନ ଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି |ଅପରାହ୍ନ ୧୨ ଘଣ୍ଟ ସମୟରେ ଜଗନ୍ନାଥପୁର ସ୍ଥିତ ହେଲିପେଡ଼ ଅବତରଣ କରି ନିକଟସ୍ଥ ସଭାମଞ୍ଚ ରେ ସମଗ୍ର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସବୁ ବର୍ଗ ସବୁ ଶ୍ରେଣୀର ବ୍ୟକ୍ତିଗତ, ସାମୁହିକ, ଗୋଷ୍ଟୀଗତ ପ୍ରାୟ ପନ୍ଦରସହ୍ ରୁ ଉର୍ଦ୍ଧ ଅଭିଯୋଗ ଗ୍ରହଣ କରିଛନ୍ତି ଏ ସମସ୍ତ ଅଭିଯୋଗ ପର୍ଯ୍ୟାୟ କ୍ରମେ ଆସନ୍ତା ଦୁଇମାସ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ପୂରଣ ହେବାପାଇଁ ପ୍ରତିଶୃତି ଦେଇଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କୃଷି, ସ୍ୱାସ୍ଥ୍ୟ, ଗ୍ରାମବିକାଶ ଏବଂ ମହିଳା ସଶକ୍ତିକରଣ ର ସମସ୍ତ ଅଭିନବ ଯୋଜନା କୁ ଉପସ୍ଥିତ ଜନସାଧାରଙ୍କ ଆଗରେ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଈଁ ଅନୁଦାନ ଦିଆଯାଇଥିବା ବଡ ବଡ ପ୍ରକଳ୍ପ ଗୁଡିକର ଘୋଷଣା କରିଛନ୍ତି |ଘୋଡ଼ାହାଡ ଡାମ ରୁ ସାନଖେମୁଣ୍ଡି ର ସମସ୍ତ ୨୬ ଟି ପଞ୍ଚାୟତ ପାଈଁ ମେଗା ପାନୀୟ ଜଳ ପ୍ରକଳ୍ପ ପାଈଁ ୧୭୦ କୋଟି ଟଙ୍କା ଧରାକୋଟ ଜାନିବିଲ ଠାରେ ତିନୋଟି ବ୍ଲକ(ଧରାକୋଟ, ସାନଖେମୁଣ୍ଡି, କୁକୁଡାଖଣ୍ଡି )ର ଜଳସେଚନ ପାଈଁ ଋଷୁକୂଲ୍ୟା ବେରଜେ ନିର୍ମାଣ ପାଈଁ ୧୦୩କୋଟି ପଳାସପୁର- ଡ଼େଙ୍ଗାଉସ୍ତା ରୋଡ ପାଈଁ ୩୦ କୋଟିଧରାକୋଟ ସୋମନାଥ ସାଇନ୍ସ କଲେଜ ପାଈଁ ୧ କୋଟି ଅନନ୍ତ ନାରାୟଣ ବିଜ୍ଞାନ ମହାବିଦ୍ୟାଳୟ ପାଈଁ ୫୦ ଲକ୍ଷ ର ଅନୁଦାନ ଘୋଷଣା କରିବା ସଙ୍ଗେ ସଙ୍ଗେ ପାଟପୁର, ଅମ୍ବାଗାଁ, କଙ୍କୋରଡା, ତିତିଖଣ୍ଡି ଅଂଚଳର ଜମି ଜମା ବନ୍ଦୋବସ୍ତ ପାଈଁ ସରକାରୀ ଭାବେ ଘୋଷଣା କରିଛନ୍ତି | ମିଶନ ଶକ୍ତି ମହିଳା ମାନଙ୍କୁ ଆହୁରି ସଶକ୍ତିକରଣ କରି ନିଜେ ଆତ୍ମ ନିର୍ଭରଶିଳ ହେବା ପାଇଁ ପରାମର୍ଶ ଦେଇଥିଲେ। ମନ୍ଦିର ମସଜିତ ର ଉନ୍ନତି କରଣ ପାଇଁ ଆସିଥିବା ଅଭିଯୋଗ ୭ଦିନ ମଧ୍ୟରେ ପୁରାଣକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳ ରେ କେହି ମଧ୍ୟ ଗରୀବ ଲୋକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ବଞ୍ଚିତ ହେବେ ନାହିଁ ଆଜିର ଉକ୍ତ ସମୀକ୍ଷା ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ,ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ଧରକୋଟ ଶେରଗଡ଼ ବିଡ଼ିଓ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା ରେ ଓସ୍କାଡ଼ ବ୍ୟାଙ୍କ ର ପୂର୍ବତନ ରାଜ୍ୟସଭାପତି ତଥା ପାଚିକା ସଂଘ ର ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସାନଖେମୁଣ୍ଡି ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର, ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସମର୍ଦ୍ଧନା ଜଣାଇଥିବାବେଳେ ସାନଖେମୁଣ୍ଡି ଧରାକୋଟ ବ୍ଲକ ର ୪୪ ଟି ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସରପଞ୍ଚ ଜନଶୁଣାଣି ଯୋଗଦେଇଥିଲେ ଏବଂ ୧୫ ହଜାରରୁ ଊର୍ଦ୍ଧ୍ଵ ସାଧାରଣ ଲୋକ ନିଜ ନିଜ ଅଂଚଳର ସମସ୍ୟା ଜଣାଇବାକୁ ଆସିଥିଲେ। ଜନ ସମାଗମ କୁ ଦୃଷ୍ଟି ଦେଇ ଆସିକା ଏସଡିପିଓ ଉମାଶଙ୍କର ସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆସିକା ଶେରଗଡ଼,ସୋରଡ଼ା,ବଡଗଡ, ଧରାକୋଟ ଏବଂ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଲିସ ଫୋର୍ସ ସମସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ |ପ୍ରଥମେ ହେଲିପେଡ ନିକଟରେ ମିଶନ ଶକ୍ତି ମା ମାନଙ୍କ ତରଫରୁ ବି.ଏଲ.ଏଫ୍ ତରଫରୁ ୫ଟି ସଚିବଙ୍କୁ ସମର୍ଦ୍ଧନା ଦିଆଯାଇଥିଲା |


