ଜାତୀୟ ଯୁବ ଦିବସ : ବେଲୁର ମଠରେ ପ୍ରଧାନମନ୍ତ୍ରୀ

କୋଲକାତା : ସମଗ୍ର ଦେଶରେ ରବିବାର ପାଳିତ ହେଉଛି ଜାତୀୟ ଯୁବ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠ‌ରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଠାରେ ସିଏଏ ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିଷ୍ପେଷିତ ଏବଂ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । କାହାର ନାଗରିକତ୍ବ ଛିନ୍ନ କରିବା ପାଇଁ ଏହି ଆଇନ ନୁହେଁ। ପଡୋଶୀ ରାଷ୍ଟ୍ର ମାନଙ୍କରେ ନିର୍ଯାତିତ ହିନ୍ଦୁଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମକୁ ପ୍ରଣୟନ କରାଯାଇଛି। ଦେଶର ଯୁବଗୋଷ୍ଠୀ ଏହି ଆଇନକୁ ନେଇ ଉତ୍ସାହିତ। ମାତ୍ର ବିପକ୍ଷ ରାଜନେତା ଏହାକୁ ନେଇ ସାଧାରଣରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ମୋଦି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ