ଜାତୀୟ ରାଜପଥ- ୪୯ ବାମନଘାଟୀର ଟ୍ରାଫିକ ସମସ୍ୟା ନେଇ ବାମନଘାଟୀ ଯୁବଗୋଷ୍ଠୀ ତରଫରୁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଦାବିପତ୍ର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥ ବାମନଘାଟୀ ପେଟ ଦେଇ ଯାଇଛି । ଏହି ଜାତୀୟ ରାଜପଥ ମୟୂରଭଂଜ ଜିଲ୍ଲାର ଜୀବନ ରେଖା ।ଏହି ଘାଟୀ ଅଂଚଳରେ ପୂର୍ବ ଦିଗରେ ବାରିପଦା ଓ କପ୍ତିପଦା ଉପଖଣ୍ଡ ଏବଂ ପଶ୍ଚିମ ଦିଗରେ ବାମନଘାଟୀ ଏବଂ ପଞ୍ଚପୀଢ ଉପଖଣ୍ଡ ଅବସ୍ଥିତ ।ଏହି ଘାଟୀ ଦେଇ ଆନ୍ତଃରାଜ୍ୟ ସଂଯୋଗୀ କରଣ ଯୋଗୁଁ ବହୁ ସଂଖ୍ୟାରେ ଭାରୀଯାନ ଏହି ମୁଖ୍ୟ ରାସ୍ତାରେ ଯାତାୟାତ କରୁଛି । ବିପଦଶଙ୍କୁଳ ପାଲଟିଛି ଘାଟୀ ରାସ୍ତା । ପ୍ରତି ସପ୍ତାହରେ କିଛି ନା କିଛି ଦୁର୍ଘଟଣା ଘଟୁଛି ଯାହାଫଳରେ ବହୁ ଧନ,ଜୀବନ,ଯାନ , ସଂପତ୍ତି ନଷ୍ଟ ହେଉଛି । ଗାଡି ଘୋଡା ଦୁର୍ଘଟଣା ଯୋଗୁଁ ୫୦ ଫୁଟ ତଳକୁ ଖସି ଵହୁ ଜନ ଜୀବନ ନଷ୍ଟ ହେଉଛି । ଏହି ଘାଟୀର ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ଯୋଗୁଁ ଏହାର ଆନୁଷଙ୍ଗିକ ନିର୍ମାଣ ଦାବି ନେଇ ବୁଧବାର ଦିନ ବାମନଘାଟୀ ଯୁବଗୋଷ୍ଠୀ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ଦାବି ଗୁଡ଼ିକ ହେଲା ଡାହଣ ଏବଂ ବାମ ପାର୍ଶ୍ଵର କୋଣ ଗୁଡିକରେ କାନଭାସ ମିରର ଲଗାଇବା,ରାସ୍ତା ପାର୍ଶ୍ବର ସୁରକ୍ଷା ପାଇଁ କଂକ୍ରିଟ ବେରିକେଡ ଏବଂ ଆଇରନ ବେରିକେଡ ନିର୍ମାଣ କରାଯିବା ମୁଖ୍ୟ ଦାବି ଥିଲା । ତୁରନ୍ତ ପଦକ୍ଷେପ ନେବାପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ