ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ବିଡିଓ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରଶାସନିକ ଅଧିକାରୀ ମାନେ ହିତାଧିକାରୀ ସମ୍ମିଳନୀ କରିବା, ଘରଘର ବୁଲି ହିତାଧିକାରୀଙ୍କୁ ପ୍ରବର୍ତ୍ତାଇବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରୁଥିବା ଦେଖିବାକୁ ମିଳୁଛି । ଏପରିପେକ୍ଷୀରେ ଆଗରପଡା ଜୋନ୍ ଅଧିନ ଆଡିଆ, ମହାନ୍ତିପଡା, ବିଟିପୁର, ପୁରୁଷଣ୍ଢ, ଗୋପିନାଥପୁର, ବଡମହିଷଗୋଠ, ଚାରିଗାଁ, ଅଣିଜୋ, ବଡବର୍ଚ୍ଚିକୟାଁ ପଞ୍ଚାୟତର ଟ୍ୟାଗ୍ ଅଫିସର ମାନଙ୍କର ଏକ ସମୀକ୍ଷା ବୈଠକ ପୁରୁଷଣ୍ଢସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଡିଓ ରେବେକା ବିଲୁଙ୍ଗ, ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀ, ବିକାଶ ସାହୁ, ବୀରକିଶୋର ନାୟକ, ଜୟ ପ୍ରକାଶ ମହାପାତ୍ର, ଜିଆରଏସ୍ ମହେଶ୍ୱର ନାୟକ, ସୁବୋଧ ରାଉତ, ସରୋଜ ସାମଲ, ବଡବର୍ଚ୍ଚିକୟାଁ ସରପଞ୍ଚ ବିଷ୍ଣୁ ମୋହନ ଜେନା, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ବଡମହିଷଗୋଠ ସରପଞ୍ଚ ପ୍ରତିନିଧି ରବି ନାରାୟଣ ମହାନ୍ତି, ପୁରୁଷଣ୍ଢ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ