ଜାପାନୀ ଜ୍ଵର ର ଟୀକା ଉଦ୍ଭାବନ କରି ଚର୍ଚ୍ଚା ରେ ନିମାପଡା ର ଓଡ଼ିଆ ବୋହୂ
ନିମାପଡ଼ା, (ସନ୍ତୋଷ ଦାଶ):ଜାପାନୀ ଜ୍ଵର ବା ଜାପାନିଜ୍ ଏନସେ ଫାଲାଇଟିସ୍ ରୋଗ ର ଟୀକା ଉଦ୍ଭାବନ କରି ନିମାପଡା ର ଓଡ଼ିଆ ବୋହୂ ତାରେଣୀ ଦାସ ଏବେ ଚର୍ଚ୍ଚା ରେ। ଏହି ଉଦ୍ଭାବନ କରି ଶ୍ରୀମତୀ ଦାସ ଆମ ରାଜ୍ୟ ଓଡିଶା ତଥା ତାଙ୍କ ଅଞ୍ଚଳ ନିମାପଡ଼ା କୁ ଗୌରବାନ୍ୱିତ କରିଛନ୍ତି। ଭାରତ ସରକାର ଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଥିପାଇଁ ଓଡ଼ିଆ ମହିଳା ବୈଜ୍ଞାନିକ ଙ୍କୁ ସମ୍ମାନୀତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅରିଷଣ୍ଢ ପଞ୍ଚାୟତ ଡଗରାସାହି ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନାଥ ଦାସ ଓ କନକଲତା ଦାସ ଙ୍କ ବୋହୂ ତଥା ପ୍ରାଣୀ ଚିକିତ୍ସାଧିକାରୀ ନୀଳକଣ୍ଠ ଦାସ ଙ୍କ ପତ୍ନୀ ତାରେଣୀ ଦାସ ଜଣେ ବୈଜ୍ଞାନିକ। ଭାରତ ରେ ପ୍ରଥମଥର ପାଇଁ ଭାରତୀୟ ପ୍ରାଣୀ ଚିକିତ୍ସା ଗବେଷଣା ସଂସ୍ଥାନ, ବରେଲୀ, ଉତ୍ତରପ୍ରଦେଶ ର ଏକ ବୈଜ୍ଞାନିକ ଟିମ ଡଃ. ବି. ସାଇକୁମାର ଙ୍କନେତୃତ୍ଵ ରେ ଗବେଷଣା କରି ଜାପାନୀ ଜ୍ଵର ବା ଜାପାନିଜ୍ ଏନସେଫାଲାଇଟିସ୍ ଟୀକା ର ବିକଶିତ କରି ପାରିଛନ୍ତି। ଏହି ଜ୍ଵର ଘୁଷୁରୀ ମାନଙ୍କ ଶରୀର ରୁ ଶିଶୁ ଙ୍କ ଶରୀର କୁ ସଂକ୍ରମିତ ହୋଇଥାଏ। ଉଦ୍ଭାବନ ହୋଇଥିବା ଟୀକା ଦ୍ଵାରା ଏହି ଜ୍ଵର ର ସଂକ୍ରମଣ କୁ ରୋକା ଯାଇପାରୁ ଥିବା ବୈଜ୍ଞାନିକ ମାନେ ସୂଚନା ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ଉକ୍ତ ବୈଜ୍ଞାନିକ ଟିମ୍ ଙ୍କୁ ପ୍ରଶଂସା କରିଛନ୍ତି। ଏହି ଟିମ୍ ରେ ସାମିଲ ଥିବା ଶ୍ରୀ ମତୀ ଦାସ ଭୁବନେଶ୍ୱର ସ୍ଥିତ ଓୟୁଏଟି ଅଧିନସ୍ଥ ପ୍ରାଣୀଚିକିତ୍ସା ପ୍ରାଣୀପାଳନ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ଅଟନ୍ତି। ବର୍ତ୍ତମାନ ସେ ଜଟଣୀ ନିକଟସ୍ଥ ଅରୁଗୁଳ ଠାରେ ଥିବା ଆନ୍ତର୍ଜାତୀୟ ଫାଟୁଆ ଗବେଷଣା କେନ୍ଦ୍ର ରେ କାର୍ଯ୍ଯରତ ଅଛନ୍ତି। ତାଙ୍କ ର ଏହି ଉଲ୍ଲେଖନୀୟ ସଫଳତାପାଇଁ ତାଙ୍କ ନିକଟକୁ ଓ ତାଙ୍କ ପରିବାର କୁ ଶୁଭେଚ୍ଛା ର ସୁଅ ଛୁଟୁଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ମହିଳା ବୈଜ୍ଞାନିକ ଶ୍ରୀ ମତୀ ଦାସ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଉକ୍ତ ଟୀକାକୁ ଶୁଭ ଉନ୍ମୋଚନ କରିଛନ୍ତି। ଏଥିପାଇଁ ମହିଳା ବୈଜ୍ଞାନିକ ଶ୍ରୀ ମତୀ ଦାସ ଙ୍କ ନିଜ ଅଞ୍ଚଳ ନିମାପଡା ରେ ଖୁସିର ଲହରୀ ଖେଳିଯାଇଛି।


