ଘରେ ନିଆଁଲାଗି ୩ଲକ୍ଷ ଟଙ୍କାର ସମ୍ପ୍ରତି ପୋଡି ପାଉଁଶ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ ପଞ୍ଚାୟତ ଅନ୍ତର୍ଗତ ପାକଟିଆ ଗାଁରେ ସକାଳେ ରୋଷେଇ କରୁଥିବା ବେଳେ ଅଚାନକ ଘରେ ନିଆଁଲାଗି ଧାନ ମାଝିଙ୍କ ୨ ବଖରା ଘର, ଧାନ, ଚାଉଳ, ଲୁଗାପଟା,ବ୍ୟାଙ୍କ ଖାତା, ଜମିଜମା କାଗଜପତ୍ର ପୋଡି ଭସ୍ମୀଭୂତ ହୋଇସିଯାଇଛି । ହଠାତ୍ ନିଆଁ ଲାଗିବାରୁ କେହି କିଛି ବୁଝିପାରିନଥିଲେ । ଆନୁମାନିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜଳିଯାଇଥିବା କୁହାଯାଇଛି ଅନ୍ୟପଟେ ଖବରପାଇ ସ୍ଥାନୀୟ ଦମକଳ କର୍ମଚାରୀ ପହଞ୍ଜିଲା ବେଳକୁ ସବୁ କିଛି ପୋଡି ପାଉଁଶ ହେଇଯାଇଥିଲା । ତେବେ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।


