ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି
(ଯୁଗାବ୍ଦ ନ୍ୟୁଜ )ଭାରତ ର ଭୂସ୍ୱର୍ଗ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କୁ ଦୃଷ୍ଟି ରେ ରଖି ପର୍ଯ୍ୟଟକ ମାନଙ୍କୁ ଫେରିଯିବାକୁ ସରକାରୀ ଆଡଭାଇଜରି ଜାରି କରିଛନ୍ତି । ଏହି ଆଡଭାଇଜରି କୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ର ବାତାବରଣ ସୃଷ୍ଟି କରିଛି । ଏଥି ପାଇଁ ଅମରନାଥ ଯାତ୍ରା କୁ ଅଧାରୁ ସ୍ଥଗିତ ରଖାଯାଇଛି । ଅନ୍ୟପଟେ ସ୍ଥାନୀୟ ଅଧିବାସୀ ମାନେ ଏହାକୁ ଗୁରୁତର ସହନେଇ ଅତ୍ୟାବଶ୍ୟକୀୟ ଜିନିଷ ଯଥା ଖାଦ୍ୟପେୟ ପେଟ୍ରୋଲ ଆଦି ଜରୁରୀ ସାମଗ୍ରୀ ପାଇଁ ଦୋକାନ ରେ ଲମ୍ବା ଧାଡି ଦେଖିବାକୁ ମିଳିଛି । ଏହି ବିଷୟ ଉପରେ ବିବୃତ୍ତି ରଖି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଲୋକ ମାନେ ଭୟଭିତ ହେବାର କୈଣସି ଆବଶ୍ୟକ ନାହିଁ , ଅଯଥା ରେ ଲୋକମାନଙ୍କୁ ଭୟଭୀତ କରାଯାଉଛି । ସୂଚନା ମିଳିଛି ଯେ ଘାଟି ରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜି ରେ ଛାତ୍ରଛାତ୍ରୀ ମାନେ କଲେଜ ଛାଡୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କୁ ଗ୍ରହଣ କରାଯାଉଥିବା ଜଣା ପଡିଛି ।


