ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାର ଉପାୟ

ଶରୀରରେ ରକ୍ତ ଶର୍କରା(ବ୍ଲଡ ସୁଗାର) ମାତ୍ରାକୁ ନିୟନ୍ତ୍ରଣ ରଖିବା ଏକ କଷ୍ଟସାଧ୍ୟ ବ୍ୟାପାର । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଓ ଅନିୟନ୍ତ୍ରିତ ଜୀବନ ଶୈଳୀରେ ଖାଦ୍ୟ ଖାଇବାର ପରିମାଣ ଏବଂ ବାହାର ଖାଦ୍ୟ ଖାଇବା ଉପରେ ନିୟନ୍ତ୍ରଣ ରଖି ନ ପାରିବା କାରଣରୁ ଅନେକ ଲୋକଙ୍କ ଶରୀରରେ ରକ୍ତ ଶର୍କରା ଜନିତ ରୋଗ ଦେଖାଯାଇଥାଏ । ଶରୀରରେ ବ୍ଲକ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନଙ୍କୁ ସବୁଦିନ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦରକାର । ବେଳେବେଳେ କିଛି ଲୋକ କେଉଁ ଖାଦ୍ୟ ଖାଇବା ଦରକାର, କେଉଁ ଖାଦ୍ୟ ନୁହେଁ, ସେ ବିଷୟରେ ଜାଣିପାରନ୍ତି ନାହିଁ । ଯାହା ନିଜ ଅଜାଣତରେ ମଣିଷ ଶରୀରରେ ବ୍ଲଡ ସୁଗାରର ମାତ୍ରାକୁ ବଢ଼ାଇଥାଏ । ତେବେ ଆସନ୍ତୁ ଜାଣିବା, କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ସ୍ତର ବଢ଼ିଥାଏ ।କିଛି ଲୋକ ସକାଳୁ ଉଠି ଚିନି ଅଂଶ ଥିବା ଖାଦ୍ୟ ଯେପରିକି ପାଉଁରୁଟି ଏବଂ ପେଷ୍ଟ୍ରୀ ଇତ୍ୟାଦି ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ସବୁଦିନ ଏହି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ବ୍ଲକ ସୁଗାରର ସ୍ତର ବଢ଼ିଥାଏ । କାରଣ ଏହି ପ୍ରକାରର ଖାଦ୍ୟରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ରହିଥାଏ । ସେଥିପାଇଁ ଏହି ସବୁ ଖାଦ୍ୟ ନ ଖାଇ ସକାଳୁ କିଛି ଫଳ ଖାଇବା ପାଇଁ ଚେଷ୍ଟା କରନ୍ତୁ ।
ସବୁବେଳେ ଫଳ ରସ ପିଇବା ଦ୍ୱାରା ମଧ୍ୟ ଶରୀରରେ ବ୍ଲଡ ସୁଗାରର ସ୍ତର ବଢ଼ିଥାଏ । ସେଥିପାଇଁ ଫଳ ରସ ଅପେକ୍ଷା ଦହି, ଗାଜର, ବାଦାମ, ଲସି ଇତ୍ୟାଦି ପିଅନ୍ତୁ । ଏହି ସବୁ ଜିନିଷକୁ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାରର ସ୍ତର ନିୟନ୍ତ୍ରଣ ହୋଇଥାଏ ।ପ୍ରତି ଥର ଖାଇବା ସମୟରେ ସାଲାଡ ଖାଆନ୍ତୁ । ସବୁଜ ପନିପରିବାର ଏବଂ ସାଲାଡ ଖାଇବା ଦ୍ୱାରା ଶରୀରରେ ଥିବା ବ୍ଲକ ସୁଗାର ସ୍ତର ନିୟନ୍ତ୍ରଣରେ ରହିବା ସହ ଶରୀର ସୁସ୍ଥ ଓ ସତେଜ ରହିଥାଏ ।ମଦ ପିଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ସ୍ତର ବଢ଼ିଥାଏ । ପ୍ରତିଦିନ ମଦ ପିଉଥିଲେ ଜଣେ ଲୋକର ଓଜନ ବଢ଼ିବା ସହ ଡାଇବେଟିସ ହେବାର ମଧ୍ୟ ଆଶଙ୍କା ରହିଥାଏ । ସେଥିପାଇଁ ଶରୀରରେ ବ୍ଲଡ ସୁଗାରର ସ୍ତର ନିୟନ୍ତ୍ରଣ ରଖିବା ପାଇଁ ଅଧିକ ନିଶା ସେବନ କରିବା ଅନୁଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ